ETV Bharat / sitara

67ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ 2 ତେଲୁଗୁ ଫିଲ୍ମ ପୁରସ୍କୃତ - ନାନି ଷ୍ଟାରର 'ଜର୍ସି'କୁ ଶ୍ରେଷ୍ଠ ତେଲୁଗୁ ଫିଚର ଚଳଚ୍ଚିତ୍ର

‘ଜର୍ସି’ ଓ ‘ମହର୍ଷି’ ନାଁରେ ଦୁଇ ଜାତୀୟ ପୁରସ୍କାର । ବିଭିନ୍ନ ବର୍ଗରେ ଏହି ଦୁଇ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Mar 23, 2021, 11:10 AM IST

ହାଇଦ୍ରାବାଦ: ଦୁଇଟି ତେଲୁଗୁ ଫିଚର୍ ଚଳଚ୍ଚିତ୍ର ‘ଜର୍ସି’ ଏବଂ ‘ମହର୍ଷି’ ସୋମବାର 67ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଭିନ୍ନ ବର୍ଗରେ ଜାତୀୟ ପୁରସ୍କାର ଜିତିଛି। ନାନି ଷ୍ଟାରର 'ଜର୍ସି'କୁ ଶ୍ରେଷ୍ଠ ତେଲୁଗୁ ଫିଚର ଚଳଚ୍ଚିତ୍ର ଭାବରେ ସମ୍ମାନିତ କରାଯାଇଥିବା ବେଳେ ମହେଶ ବାବୁଙ୍କ ଅଭିନୀତ ‘ମହର୍ଷି ’ ଉତ୍ତମ ମନୋରଞ୍ଜନ ଯୋଗାଉଥିବା ସର୍ବୋତ୍ତମ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଛି ।

‘ଜର୍ସି’ ସୀତାରା ଏଣ୍ଟରଟେନମେଣ୍ଟସ୍ ଦ୍ବାରା ନିର୍ମିତ ଏବଂ ଗୌତମ ଟିନ୍ନାଉରୀ ନିର୍ଦ୍ଦେଶିତ ହୋଇ ଥିବାବେଳେ ‘ମହର୍ଷି’ ଶ୍ରୀ ଭେଙ୍କଟେଶ୍ କ୍ରିଏସନ୍ସ ଦ୍ବାରା ନିର୍ମିତ ଏବଂ ପେଡିପାଲି ଭାମଶିଦାର ରାଓଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଛି ।

ଏହି ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ 67ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଚଳଚ୍ଚିତ୍ର ନିର୍ମାତା, କାଷ୍ଟ ଏବଂ କ୍ରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.