ମୁମ୍ବାଇ: ସଂଶୋଧିତ ନାଗରିକତା ଆଇନ ନିଆଁ ପୁରା ଦେଶରେ ବ୍ୟାପିକାରେ ଲାଗିଛି । ଏହି ଆଇନ ବିରୋଧ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଗୁଜରାଟ, ମୁମ୍ବାଇ ବେଙ୍ଗାଲୁରୁ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ସ୍ଥିତି ସହ ମୁକାବୁଲା କରିବା ପାଇଁ ପ୍ରଶାସନ ମଧ୍ୟ ରଣନୀତି ଆପଣାଇ ଅନେକ ସଂଖ୍ୟାରେ ପୋଲିସ ଫୋର୍ସକୁ ମୁତୟନ କରିଥିଲା । ଯାହାଦ୍ବାରା ସ୍ଥିତିକୁ ସାମାନ୍ୟ କରାଯାଇପାରିବ । ଇତିମଧ୍ୟରେ ଏହି ମାମଲାରେ ବଲିଉଡ ଆକ୍ଟର ଜୀଶାନ ଆୟ୍ୟୁବ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି । ଏହାସହ ସେ ପ୍ରଶାସନକୁ ଟାର୍ଗେଟ ମଧ୍ୟ କରିଛନ୍ତି ।
ସେ ଟ୍ବିଟ କରିଛନ୍ତି ଯେ, ‘ଏହି ସମୟରେ ଯେତେ ପୋଲିସ ଦେଶର ଜନତାଙ୍କ ସହ ମୁକାବୁଲା କରିବାକୁ ଛଡାଯାଇଛି । ଯଦି ଏହାର ମାତ୍ର 25 ଶତକଡା ଗୋଟିଏ ବର୍ଷରେ ଆଇନ ଏବଂ ବ୍ୟବସ୍ଥା ଉପରେ ଲଗାଯାଇଥାଆନ୍ତା ତେବେ ଦେଶରୁ ଅପରାଧ ଶେଷ ହୋଇଯାଇଥାଆନ୍ତା ।’
ବର୍ତ୍ତମାନ ଜୀଶାନଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ଅନେକ ୟୁଜର୍ସ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ପ୍ରକାଶ ଥାଉକି ଜୀଶାନ ସିଏଏକୁ ନେଇ ପୂର୍ବରୁ ଅନେକ ଟ୍ବିଟ କରିଥିଲେ । ଗୁରୁବାର ମୁମ୍ବାଇରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ପ୍ରତିକ୍ରିୟା ଦେଇ କହିଥିଲେ, ‘ହଁ ଭାଇ, ଏବେ ତ କମ ଲାଗୁନାହାନ୍ତି ଲୋକ । ଡରନ୍ତୁ ନାହିଁ ଏହି ଲୋକ କେବଳ ଗୋଟିଏ ସହରର ।’