ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ ଓ ରାହୁଲ ସେନଗୁପ୍ତାଙ୍କ ଆଗାମୀ ସିରିଜ ‘ସନଫ୍ଲାୱାର’କୁ ନେଇ କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି । ଜି 5ରେ ଷ୍ଟ୍ରିମିଂ ହେବାକୁ ଯାଉଥିବା ଏହି ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସୁନୀଲ ଗ୍ରୋଭର । ନିକଟରେ ଜି5 ଏହି ସିରିଜ ଘୋଷଣା କରିଥିଲା । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଆଣ୍ଡ ଗୁଡ୍ କମ୍ପାନୀ ଦ୍ବାରା ନିର୍ମିତ ଏହି ସିରିଜର କାହାଣୀ ଲେଖିଛନ୍ତି ନିର୍ଦ୍ଦେଶକ ବିକାଶ ବହଲ । ଯାହାର ଟିଜର ରିଲିଜ କରିଦେଇଛନ୍ତି ମେକର୍ସ ।
- " class="align-text-top noRightClick twitterSection" data="
">
ମୁମ୍ବାଇର ଏକ ମଧ୍ୟବିତ୍ତ ସମାଜର କାହାଣୀ ଏହି ସିରିଜରେ ପର୍ଯ୍ୟବେଶିତ କରାଯାଇଛି । ଦୁଃସାହସିକ କାର୍ଯ୍ୟ, କମେଡି ଏବଂ ଡ୍ରାମା ସବୁ କିଛି ଏହି ଫିଲ୍ମରେ ସାମିଲ କରିଛନ୍ତି ମେକର୍ସ। ଯାହା ଆପଣଙ୍କୁ ଏକ ରୋଲର୍-କୋଷ୍ଟର୍ ଯାତ୍ରା କରିବାକୁ ପ୍ରତିଜ୍ଞା କରୁଛି ।
ଟିଜର ସୋସିଆଲ ମିଡିଆରେ ସେୟାର କରି ମୁଖ୍ୟ ଅଭିନେତା ସୁନୀଲ ଗ୍ରୋଭର ଲେଖିଛନ୍ତି, ‘ଟିଜର ପ୍ରସ୍ତୁତ କରିବା ସମୟରେ ନିର୍ମାତାଙ୍କ ଦ୍ବାରା ନିଆଯାଇଥିବା ଏକ ସଚେତନ ନିଷ୍ପତ୍ତି ଥିଲା, ଯାହା ଶୋ ବିଷୟରେ ଅଧିକ କିଛି ପ୍ରକାଶ କରିବ ନାହିଁ, କିନ୍ତୁ ସଠିକ୍ ପରିମାଣର ଆଶା ସୃଷ୍ଟି କରିବ ।’
ଫିଲ୍ମରେ ସୁନୀଲଙ୍କ ବ୍ୟତୀତ ଅଭିନେତା ରଣବୀର ସୌରୀ, ମୁକୁଲ ଚଡ୍ଡା, ଗିରିଶ କୁଲକର୍ଣ୍ଣି, ସୋହନାଲି ନାଗରାନୀ, ସୋନଲ ଝା, ରାଧା ଭଟ୍ଟ, ଆଶିଷ ବିଦ୍ୟାର୍ଥୀ, ସଲୋନି ଖାନା ଏବଂ ଅଶ୍ବିନ କୌଶଲ ଭଳି କଳାକାର ନଜର ଆସିବେ ।