ETV Bharat / sitara

ଦୁଇଥର କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ଜରୀନ

କାଷ୍ଟିଂ କାଉଚକୁ ନେଇ ମୁହଁ ଖୋଲିଲେ ଜରୀନ ଖାନ । କ୍ୟାରିଅର ଆରମ୍ଭରେ ନିର୍ଦ୍ଦେଶକଙ୍କ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି ବୋଲି ଦେଲେ ବୟାନ ।

author img

By

Published : Sep 16, 2019, 11:14 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜରୀନ ଖାନ

ମୁମ୍ବାଇ: ଗତବର୍ଷ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ରହସ୍ୟ ଉପରୁ ପରଦା ଉଠାଇଥିଲେ । ତାଙ୍କୁ ଅନୁସରଣ କରି ଅନ୍ୟ ଅଭିନେତ୍ରୀ ମଧ୍ୟ ସାମ୍ନାକୁ ଆସି ସହିଥିବା ଯୌନ ଶୋଷଣ ବିଷୟରେ ଅନେକ ଖୁଲାସା କରିସାରିଛନ୍ତି । କେହି ନିଜ ସହ ଯୌନ ଶୋଷଣର ଖୁଲାସା କରିଥିଲେ ତ ଆଉ କେହି କାଷ୍ଟିଂ କାଉଚ ଘଟଣା ବିଷୟରେ ଜଣାଇଥିଲେ ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜରୀନ ଖାନ

ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ସଲମାନ ଖାନଙ୍କ ଅଭିନେତ୍ରୀ ଜରୀନ ଖାନ । ସେ ସାମ୍ନାକୁ ଆସି ନିଜ ଭୟାନକ ଅନୁଭୂତି ସେୟାର କରିଛନ୍ତି । ତାଙ୍କୁ ମଧ୍ୟ ଫିଲ୍ମ ପରିବର୍ତ୍ତେ ନିର୍ଦ୍ଦେଶକ ଅଶ୍ଲୀଳ କାମ କରିବାକୁ କହିସାରିଛନ୍ତି ।

ନିଜ କ୍ୟାରିୟର ଆରମ୍ଭରେ ଥରେ ନୁହେଁ ସେ ଦୁଇଥର କାଷ୍ଟିଂ କାଉଚର ଶିକାର ହୋଇସାରିଛନ୍ତି । ଏକଦା ତାଙ୍କୁ ଜଣେ ନିର୍ଦ୍ଦେଶକ କିସିଂ ସିନ ଅଭ୍ୟାସ କରିବାକୁ କହିଥିଲେ । କିନ୍ତୁ ଏପରି କାମ କରିବାକୁ ସେ ମନା କରିଦେଇଥିଲେ । ଖାଲି ଏତିକି ନୁହେଁ ଆଉ ଜଣେ ନିର୍ଦ୍ଦେଶକ ତାଙ୍କୁ ଶାରୀରିକ ସମ୍ପର୍କରେ ରହିବାକୁ କହିଥିଲେ । ଯାହାଦ୍ବାରା ତାଙ୍କୁ ନିଜର ଆଗାମୀ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବେ । କିନ୍ତୁ ତାଙ୍କ ସର୍ତ୍ତକୁ ମଧ୍ୟ ମାନିନଥିଲେ ସେ ବୋଲି କହିଛନ୍ତି ଜରୀନ ।

ପ୍ରକାଶ ଥାଉକି ଜରୀନଙ୍କ ପୂର୍ବରୁ ଆୟୁଷ୍ମାନ ଖୁରାନା, ଏକତା କପୁର, ଦିବ୍ୟାଙ୍କା ତ୍ରିପାଠୀ, ସ୍ବରା ଭାସ୍କର ଓ ମନ୍ଦିରା ବେଦୀ ମଧ୍ୟ କାଷ୍ଟିଂ କାଉଚ ପ୍ରସଙ୍ଗ ଉପରେ ନିଜ ବୟାନ ରଖିସାରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.