ମୁମ୍ବାଇ: ବଲିଉଡର ନମ୍ବର 1 ଅଭିନେତା ରହିସାରିଥିବା ଗୋବିନ୍ଦାଙ୍କୁ ୟଶ ଚୋପ୍ରା ଲାଡଲା ହର୍ଷବର୍ଦ୍ଧନ ଆହୁଜାଙ୍କ ସହ ଯେଉଁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାହା ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଗାଡି ଥିଲା । ଆଶ୍ଚର୍ଯ୍ୟକର କଥା ହେଲା ଯେ ପାମେଲା କିମ୍ବା ଆଦିତ୍ୟ ଏଯାବତ ତାଙ୍କ ପୁଅର ହାଲଚାଲ ପଚାରିନାହାଁନ୍ତି ।
ଗତ ବୁଧବାର ୟଶବର୍ଦ୍ଧନଙ୍କ ଗାଡି ମୁମ୍ବାଇ ଜୁହୁ ଅଞ୍ଚଳରେ ରାସ୍ତାରେ ଆଉ ଏକ ଗାଡି ସହ ଧକ୍କା ହୋଇଥିଲା । ଏହି ସାମାନ୍ୟ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । କିନ୍ତୁ ୟଶବର୍ଦ୍ଧନ ଗାଡି ସାମ୍ନାରୁ ଡ୍ୟାମେଜ ହୋଇଛି । ଗାଡି ୟଶବର୍ଦ୍ଧନ ଚଲାଉଥିବା ବେଳେ ଅନ୍ୟ କାର କମ୍ପାନୀର ଡ୍ରାଇଭର ଚଲାଉଥିଲେ ।
ଏବେ ଖୁଲାସା ହୋଇଯାଇଛି ଯେ ସେହି ଗାଡି ପାମେଲାଙ୍କର । ହେଲେ ଏହାକୁ ନେଇ ଚିନ୍ତିତ ଗୋବିନ୍ଦା ଯେ ସେମାନଙ୍କ ତରଫରୁ କେହି ଜଣେ ମଧ୍ୟ ୟଶବର୍ଦ୍ଧନଙ୍କ ଭଲମନ୍ଦା ଜାଣିବାକୁ ଚେଷ୍ଟା କରିନାହାଁନ୍ତି ।