ETV Bharat / sitara

କାହିଁକି ଭାଙ୍ଗିଲା କରନ-କାର୍ତ୍ତିକଙ୍କ ଦୋସ୍ତାନା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

author img

By

Published : Apr 29, 2021, 2:06 PM IST

ମୋଟା ଅଙ୍କ ପାଇଁ ‘ଦୋସ୍ତାନା 2’ରୁ ଆଉଟ୍ ହେଲେ କାର୍ତ୍ତିକ । କରନଙ୍କୁ ଫିସ୍ ବଢାଇବା କଥା କହି ଫିଲ୍ମକୁ ହାତ ଛଡା କଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହର ଓ କାର୍ତ୍ତିକ ଆର୍ୟନଙ୍କ ମଧ୍ୟରେ ଥିବା ବିବାଦ ବର୍ତ୍ତମାନ ବଲିଉଡ ଗ୍ୟାଲେରୀରେ ଚର୍ଚ୍ଚାର ବିଷୟ ପାଲଟିଛି । କାର୍ତ୍ତିକଙ୍କୁ ନିଜ ଅପକମିଂ ଫିଲ୍ମ ‘ଦୋସ୍ତାନା 2’ରୁ ବାହାର କରି ଅକ୍ଷୟ କୁମାରଙ୍କୁ ସାମିଲ କରିଛନ୍ତି କରନ । ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କାରଣ ‘ଦୋସ୍ତାନା 2’ରୁ କାର୍ତ୍ତିକଙ୍କ ଫାଷ୍ଟଲୁକ୍ ପୋଷ୍ଟର ଜାରି ହେବା ସହ ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇତିଲା । ଆଉ ଏମିତିରେ ପରିସ୍ଥିତିରେ ତାଙ୍କୁ ବାହାର କରିବା କଥା ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି ନୂଆ କାରଣ ।

କଥାଟି ହେଲା ଯେ ଫିଲ୍ମରୁ କାର୍ତ୍ତିକଙ୍କୁ ବାହାର କରିବାର କାରଣ ଦର୍ଶାଇ ନିର୍ଦ୍ଦେଶକ ବିଶାଲ କହିଥିଲେ ଯେ ଅଭିନେତାଙ୍କ ଖରାପ ଆଚ୍ଚରଣରେ ବିରକ୍ତ ହୋଇ ନିର୍ମାତା ଫିଲ୍ମରୁ ତାଙ୍କୁ ରିପ୍ଲେସ କରିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ କିଛି ଭିନ୍ନ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କାର୍ତ୍ତିକଙ୍କୁ ଫିଲ୍ମରୁ ଆଉଟ କରିବା ପଛର କାରଣ ହେଉଛି ତାଙ୍କୁ ଫିଲ୍ମ ପାଇଁ ଦିଆଯାଉଥିବା ମୋଟା ଅଙ୍କ ।

2019ରେ ତାଙ୍କୁ ଫିଲ୍ମରେ ସାମିଲ କଲା ବେଳେ 2 ରୁ 3 କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ କାର୍ତ୍ତିକଙ୍କ ବଜାର ମୂଲ୍ୟ 10 କୋଟି ଟଙ୍କା। ତେଣୁ କାର୍ତ୍ତିକ, କରନଙ୍କୁ ବଜାର ମୂଲ୍ୟ ଅନୁଯାୟୀ ଫିସ୍ ବୃଦ୍ଧି କରିବାକୁ କହିଥିଲେ ଏବଂ କରନଙ୍କୁ ଏହି କଥା ଭଲ ଲାଗିନଥିଲା । ଏଥିପାଇଁ ତାଙ୍କୁ ଫିଲ୍ମରୁ ସେ ଆଉଟ କରିବାର ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.