ETV Bharat / sitara

ସାରା ନା ଅନନ୍ୟା !

ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ବଲିଉଡ ବକ୍ସଅଫିସକୁ ଦୁଇଟି ଧମାକାଦାର ହିଟ ଫିଲ୍ମ ଭେଟି ଦେବାପରେ ଯୁବପିଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ । ଖାସ କରି ଝିଅଙ୍କ ହୃଦୟରେ କାର୍ତ୍ତିକ ନେଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଆଉ ସେହି ଝିଅମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ ଅନ୍ୟତମ ।

author img

By

Published : Feb 4, 2019, 12:46 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ବଲିଉଡ ବକ୍ସଅଫିସକୁ ଦୁଇଟି ଧମାକାଦାର ହିଟ ଫିଲ୍ମ ଭେଟି ଦେବାପରେ ଯୁବପିଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ । ଖାସ କରି ଝିଅଙ୍କ ହୃଦୟରେ କାର୍ତ୍ତିକ ନେଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଆଉ ସେହି ଝିଅମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ ଅନ୍ୟତମ ।

କରଣ ଜୋହରଙ୍କ ଚାଟ ଶୋ'ରେ ସାରା କହିଥିଲେ ଯେ ସେ କାର୍ତ୍ତିକଙ୍କ ସହ ଡେଟ କରିବାକୁ ଚାହୁଁଛନ୍ତି । ଆଉ ତାପରେ ଆରମ୍ଭ ହୋଇଗଲା ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା । ଏନେଇ ଯେବେ କାର୍ତ୍ତିକ, ସାରାଙ୍କ ସହ ଡେଟରେ ଯିବାକୁ ଚାହିଁବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା, ସେବେ କାର୍ତ୍ତିକ ମଧ୍ୟ ହଁ କହିଥିଲେ । କିନ୍ତୁ ଏଥିରେ ବାଧକ ସାଜିଥିଲେ ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ।

undefined

ପରେ ଅନନ୍ୟାଙ୍କ ସହ କାର୍ତ୍ତିକଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିବାବେଳେ ଉଭୟଙ୍କ ମଧ୍ୟରେ କିଛି ଚାଲିଛି ବୋଲି କୁହାଯାଉଥିଲା । କିନ୍ତୁ କାର୍ତ୍ତିକ ସବୁ ରହସ୍ୟର ଖୁଲାସା କରି କହିଥିଲେ ଏହା କେବଳ ର୍ୟୁମର । ମୁଁ ଅନନ୍ୟାଙ୍କ ସହ ଗୋଟିଏ ଫିଲ୍ମର ସୁଟିଂ କରିବାକୁ ଯାଉଛି ।

ଆଉ ଏବେ ନିକଟରେ ଫ୍ୟାନଙ୍କ ସହ ସୋସିଆଲ ମିଡିଆରେ #ଆସ୍କକାର୍ତ୍ତିକ ମାଧ୍ୟମରେ ଜଣେ ପ୍ରଶଂସକ ସାରା ଓ ଅନନ୍ୟାଙ୍କ ମଧ୍ୟରୁ କିଏ ତାଙ୍କର ପ୍ରିୟ ବୋଲି ପଚାରିଥିଲେ, ଏହାର ଉତ୍ତରରେ କାର୍ତ୍ତିକ କହିଛନ୍ତି, 'ଯାହାର ମୁଁ ପ୍ରିୟ ଅଟେ ।'

ତେବେ କାର୍ତ୍ତିକ ଓ ଅନନ୍ୟା ଆଗାମୀ ଫିଲ୍ମ 'ପତି ପତ୍ନୀ ଔର ବୋ' ରିମେକରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଉଭୟଙ୍କ ସହ ଭୂମି ପାଣ୍ଡେକର ମଧ୍ୟ ନଜର ଆସିବେ । ଫିଲ୍ମଟିରେ ଭୂମି କାର୍ତ୍ତିକଙ୍କ ପତ୍ନୀ ଭାବରେ ନଜର ଆସିବାବେଳେ ଅନନ୍ୟା ତାଙ୍କ ସେକ୍ରେଟାରୀ ଆକା ପ୍ରେମିକା ଭାବରେ ନଜର ଆସିବେ ।

Intro:Body:

ବିପର୍ଯ୍ୟୟରେ ସାଥ୍ ଦେଲେ ରାୟୁଡୁ, ପାଣ୍ଡ୍ୟା: 252ରେ ଅଲଆଉଟ ହେଲା ଭାରତ

ୱେଲିଂଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ତଥା ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି 252 ରନରେ ଅଲଆଉଟ ହୋଇଛି । ଫଳରେ ୱେଲିଂଟନରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ 253 ରନର ବିଜୟ ଲକ୍ଷ ରହିଛି । ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତକୁ ଅମ୍ୱାତି ରାୟୁଡୁ(90) ଓ  ହାର୍ଦ୍ଦିକ ପାଣ୍ଡ୍ୟା (45)ଙ୍କ ଦ୍ରୁତ ବ୍ୟାଟିଂ ସାଥ୍ ଦେଇଥିଲା । ଫଳରେ ବିରାଟ ବିନା ପଡ଼ିଆକୁ ଓହ୍ଲାଇଥିବା ରୋହିତ ବାହିନୀ 252 ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନେରି ୪ଟି ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଚତୁର୍ଥ ଦିନିକିଆ ପରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ମାତ୍ର ୧୮ ରନ ମଧ୍ୟରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଦଳ । ପରେ ଅମ୍ୱାତି ରାୟୁଡୁ ଦଳର ସଙ୍କଟମୋଚକ ସାଜି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବାରୁ ଦଳ 252 ରନ କରିପାରିଛି । ରାୟୁଡୁଙ୍କୁ ବିଜୟ ଶଙ୍କର (45) କିଛି ସମୟ ସାଥ ଦେଇଥିଲେ । ଏହାପରେ କେଦାର ଯାଦବ ଓ ରାୟୁଡୁ ପାଳିକୁ ଆଗକୁ ବଢ଼ାଇଥିଲେ । ତେବେ ବ୍ୟକ୍ତିଗତ 90 ରନ କରି ରାୟୁଡୁ ଆଉଟ ହେବା ପରେ ଯାଦବ 34 ରନ ଓ ପାଣ୍ଡ୍ୟା 45 ରନ କରି ଆଉଟ ହୋଇଥିଲେ । 

ପାଣ୍ଡ୍ୟାଙ୍କ ଆଉଟ୍ ପରେ ଦଳର ସ୍କୋର ଆଉ ଆଗକୁ ବଢି ପାରିନଥିଲା। ଫଳରେ ଭାରତ 49.5 ଓଭରରେ 252 ରନ କରି ଅଲଆଉଟ୍ ହୋଇଥିଲା । ତେବେ ଖବର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରି 5.1 ଓଭରରେ ଗୋଟିଏ ୱିକେଟ ହରାଇ 22 ରନ କରିଛି ।

http://www.eenaduindia.com/news/national-news/2019/02/03071208/India-vs-New-Zealand-5th-ODI-LIVE-IND-win-toss-opt.vpf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.