ମୁମ୍ବାଇ: 'ବିଗବସ୍ 13'ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଡେବ୍ୟୁ ୱେବ ସିରିଜ ହେଉଛି 'Broken But Beautiful 3'। ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ସେହିପରି ଏବେ ସିରିଜର ଦ୍ବିତୀୟ ରୋମାଣ୍ଟିକ ମ୍ୟୁଜିକ ଟ୍ରାକ ‘କ୍ୟା କିୟା ତୁନେ’ ରିଲିଜ କରିଦେଇଛନ୍ତି ମେକର୍ସ ।
- " class="align-text-top noRightClick twitterSection" data="">
ଏହି ଗୀତକୁ ଶାନଦାର ଅନ୍ଦାଜରେ ଗାଇଛନ୍ତି ଲୋକପ୍ରିୟ ଗାୟକ ଅମାଲ ମଲ୍ଲିକ ଓ ପଲକ ମୁଚ୍ଛଲ । ଗୀତ ରିଲିଜ ହେବା ଅବସରରେ ସେ କହିଛନ୍ତି, ‘ଏହି ରୋମାଣ୍ଟିକ ଉପସ୍ଥାପନା ଏକ ହୃଦୟ ବିଦାରକ ପରେ ପ୍ରେମ ଖୋଜିବା ବିଷୟରେ ଜଣାଉଛି ।’
ସେହିପରି କିଛି ଦିନ ପୂର୍ବରୁ ଏହାର ପ୍ରଥମ ଟ୍ରାକ ତେରେ ନାଲ ରିଲିଜ ହୋଇଥିଲା । ଯାହାକୁ ପସନ୍ଦ କରିଥିଲେ ଦର୍ଶକ । ବର୍ତ୍ତମାନ ଏହି ଦ୍ବିତୀୟ ଟ୍ରାକ ମଧ୍ୟ ଦର୍ଶକଙ୍କ ମନ କିଣୁଥିବାର ନଜର ଆସୁଛି । ପ୍ରକାଶ ଥାଉକି ଅଲ୍ଟ ବାଲାଜୀର ଏହି ରୋମାଣ୍ଟିକ ସିରିଜରେ ସିଦ୍ଧାର୍ଥଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ସୋନିଆ ରାଠୀ । ସେହିପରି ସିରିଜରେ ସିଦ୍ଧାର୍ଥ ଅଗସ୍ତ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ସୋନିଆଙ୍କୁ ରୁମି ଭୂମିକାରେ ଦେଖିବାକୁ ମିଳିବ। ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଥିଲା ।
@IANS