ମୁମ୍ବାଇ: ଫେମସ ଆକ୍ଟର ଅମିତ ସାଧ ନିଜ ଅଭିନୀତ ୱେବ ସିରିଜ ‘ବ୍ରେଥ’ ପାଇଁ ଦୀର୍ଘ ସମୟରୁ ଚର୍ଚ୍ଚାରେ ଅଛନ୍ତି । ଏହି ସିରିଜର ଦୁଇଟି ସିଜନରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ସିରିଜରେ ତାଙ୍କ ରୋଲ କବୀର ସାୱନ୍ତ ସମସ୍ତଙ୍କ ମନ କିଣିବାରେ ସଫଳ। କିନ୍ତୁ ଫ୍ୟାନ୍ସଙ୍କୁ ଏହା ଜଣାନାହିଁ ଯେ କବୀର ରୋଲ ପାଇଁ ଅମିତଙ୍କୁ କଡା ପରିଶ୍ରମ କରିବାକୁ ପଡିଛି ବୋଲି । ତେବେ ଆସନ୍ତୁ ଅମିତରୁ କବୀର ହେବାକୁ କଣ କଣ କରିଥିଲେ ଅଭିନେତା ନଜର ପକାଇବା...
ଅମିତ ସୋସିଆଲ ମିଡିଆରେ ଦୁଇଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରୁ ଜଣାପଡୁଛି ସେ କବୀର ରୋଲ ପାଇଁ ନିଜ ବଡି ଟ୍ରାନ୍ସଫର୍ମ କରିଛନ୍ତି ସେ। ଜିମରେ ଘଣ୍ଟା ଘଣ୍ଟା ୱାର୍କଆଉଟ କରି ନିଜ ବଡିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲେ।
- " class="align-text-top noRightClick twitterSection" data="
">
ନିଜର ଏକ ଫଟୋ ସହ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଆଉ ନିଜ ଫିଟନେସ କୋଚକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କାରଣ କୋଚଙ୍କ ପାଇଁ ଆଜି ସେ ଏପରି ରୋଲରେ ଫିଟ୍ ନଜର ଆସିପାରିଛନ୍ତି। ଦେଖନ୍ତୁ ଭିଡିଓ....
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ବ୍ରେଥ 2’ରେ ଅମିତଙ୍କ ସହ ଅଭିଷେକ ବଚ୍ଚନ ଓ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଆମାଜନ ପ୍ରାଇମ ଭିଡିଓରେ ଏହାର ଷ୍ଟ୍ରିମିଂ କରାଯାଇଥିଲା। ଏହି ୱେବ ସିରିଜ ଜରିଆରେ ଅଭିଷେକ ଓ ନିତ୍ୟା ଡିଜିଟାଲ ଡେବ୍ୟୁ କରିଛନ୍ତି ।