ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏଭଳି ପରିସ୍ଥିତିରେ ବଲିଉଡର କେତେକ ସେଲିବ୍ରିଟିମାନେ ନିଜ ପରିବାର ସହିତ ନିଜ ଘରେ ସମୟ ବିତାଉଛନ୍ତି । ଏହାସହ ଆଉ କେତେକ ସେଲିବ୍ରିଟିମାନେ କିଛି ନା କିଛି କାମ କରି ତାଙ୍କର ସମୟ ବିତାଉଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଏକ ନୂଆ ମଜାଳିଆ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓଟିରେ “ଖାଦ୍ୟ ପାଇଁ ଚିନ୍ତା” ବିଷୟରେ କୁହାଯାଇଛି । ଶିଳ୍ପା ଇନଷ୍ଟାଗ୍ରାମରେ ରାଜଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ କ୍ଲିପରେ ଶିଳ୍ପା ରାଜଙ୍କୁ ଆଳୁ ପରଟା ଖାଇବାକୁ ଦେଇଛନ୍ତି । ଏହାପରେ ରାଜ ଶିଳ୍ପାଙ୍କୁ କୁହନ୍ତି ଯେ, ଆଳୁ ପରଟାରେ ଆଳୁ କାହିଁ ?
ଏହାପରେ ଶିଳ୍ପା ରାଜଙ୍କୁ କହିଛନ୍ତି ଯେ "କାଶ୍ନମିରୀ ପୁଲାଓ ମେ କାଶ୍ମୀର ଦିଖତା ହେ ତେରେକୋ ? ଅର... ଟପ ଅର ବନାରସୀ ସାଢୀ ମେ ବନାରସ ଦିଖତା ହେ ତେରେକୋ ?ଏହି ଭିଡିଓର କ୍ୟାପସନରେ ଶିଳ୍ପା ଲେଖିଛନ୍ତି ଯେ, “ଖାଦ୍ୟ ପାଇଁ ଚିନ୍ତା”! # ଫ୍ରାଇଡେଫନ #ଲାଫ # କମେଡି # କ୍ରେ # ଫୁଡ ।
ଏହି ଭିଡିଓରେ ନିକମା କୋ -ଷ୍ଟାର ତାରକା ଅଭିମନ୍ୟୁ ଦାସାନି ମନ୍ତବ୍ୟ ଦେଇଛନ୍ତି ଯେ, ହାହାହା । ଶିଳ୍ପା ରାଜଙ୍କ ସହ ସୋସିଆଲ ମିଡିଆରେ ବହୁ ମଜାଳିଆ ଟିକଟକ ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କୁ ହସାଉଛନ୍ତି । ନିକଟରେ ଶିଳ୍ପା ଫିଲ୍ମ ନିକମା ଏବଂ ହଙ୍ଗାମା ୨ ରେ ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ