ETV Bharat / sitara

ଏୟାରପୋର୍ଟରେ ଏକାଠି ନଜର ଆସିଲେ ରଣବୀର-ଶ୍ରଦ୍ଧା

ମୁମ୍ବାଇ ଏୟୋରପୋର୍ଟରେ ଆଜି(ମଙ୍ଗଳବାର) ଏକାଠି ନଜର ଆସିଛନ୍ତି ରଣବୀର ଓ ଶ୍ରଦ୍ଧା କପୁର । ଜାଣନ୍ତୁ କାହିଁକି...

author img

By

Published : Jul 13, 2021, 7:46 PM IST

ଏୟାରପୋର୍ଟରେ ଏକାଠି ନଜର ଆସିଲେ ରଣବୀର କପୁର-ଶ୍ରଦ୍ଧା

ହାଇଦ୍ରାବାଦ: ମୁମ୍ବାଇ ଏୟାରପୋର୍ଟରେ ଏକାଠି ନଜର ଆସିଲେ ବଲିଉଡର ଲୋକପ୍ରିୟ କଳାକାର ରଣବୀର କପୁର ଓ ଶ୍ରଦ୍ଧା କପୁର । ଉଭୟ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମର ସୁଟିଂ ପାଇଁ ଦିଲ୍ଲୀ ଯାଉଥିବା ସମୟରେ କ୍ୟାମେରାରେ କଏଦ ହୋଇଛନ୍ତି ।

ରଣବୀର ଓ ଶ୍ରଦ୍ଧାଙ୍କ ସହିତ ବୋନି କପୁର ଓ ଡିମ୍ପଲ କାପାଡିଆ ମଧ୍ୟ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି । ରଣବୀର ଓ ଶ୍ରଦ୍ଧା ପ୍ରଥମ ଥର ପାଇଁ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ପ୍ରଯୋଜନା କରୁଛନ୍ତି ବୋନି କପୁର । ଏଥିରେ ବୋନି କପୁର ରଣବୀରଙ୍କ ପିତା ଚରିତ୍ରରେ ନଜର ଆସୁଥିବା ବେଳେ ବୋନିଙ୍କ ପତ୍ନୀ ଚରିତ୍ରରେ ଡିମ୍ପଲ କାପାଡିଆ ଅଭିନୟ କରିବେ ।

ନିର୍ଦ୍ଦେଶକ ଲଭଙ୍କ ସହିତ ମଧ୍ୟ ପ୍ରଥମ ଥର ପାଇଁ ରଣବୀର ଓ ଶ୍ରଦ୍ଧା କାମ କରିବାକୁ ଯାଉଛନ୍ତି । ଲଭ ଲୋକପ୍ରିୟ ଫିଲ୍ମ 'ପ୍ୟାର କା ପଞ୍ଚନାମା', 'ସୋନୁ କି ଟିଟୁ କି ସ୍ବିଟି' ଆଦି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ 16 ତାରିଖରେ ରିଲିଜ ହେବାର କାର୍ଯ୍ୟକ୍ରମ ଥିଲା । ମାତ୍ର କୋରୋନା ମହାମାରୀ ପାଇଁ ସୁଟିଂ ବିଳମ୍ବ ହେବା ଯୋଗୁଁ ସୁଟିଂ ହୋଇପାରିନଥିଲା ।

ରଣବୀର ଶେଷ ଥର ପାଇଁ ରାଜକୁମାର ହିରାନୀଙ୍କ 'ସଞ୍ଜୁ' ଫିଲ୍ମରେ ନଜର ଆସିଥିଲେ । ଆଗାମା ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ସେ ଆଲିଆଙ୍କ ସହିତ ନଜର ଆସିବେ । ଶ୍ରଦ୍ଧା ଟେଲି ସିରିଜ ନାଗିନରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.