ମୁମ୍ବାଇ: 23 ବର୍ଷୀୟ ଆର୍ଥିକ ବିନିମୟ ସୂଚନା ଆନାଲିଷ୍ଟ ମନସା ବାରାଣାସୀ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ 2020ରେ ବିଜୟ ହାସିଲ କରିଛନ୍ତି । ଫେମିନା ମିସ୍ ଇଣ୍ଡିଆର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଏଲସିସିର ଶ୍ରେଷ୍ଠ ତିନି ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଫେମିନା ମିସ୍ ଇଣ୍ଡିଆ 2020 ଫେବୃଆରୀ 10 ରେ ଅନୁଷ୍ଠିତ ହୋଇଥିଲା ।
ମିସ୍ ଇଣ୍ଡିଆ 2020ର ଶ୍ରେଷ୍ଠ 5ରେ ସାମିଲ ହୋଇଛନ୍ତି ଖୁସି ମିଶ୍ରା, ମାନିଆ ସିଂ, ମନସା, ରତି ହୁଲଜୀ ଏବଂ ମାଣିକା ।
ପ୍ରକାଶ ଥାଉକି ଭିଏଲସିସି ଫେମିନା ମିସ୍ ଇଣ୍ଡିଆ 2020ର ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ଲସ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଜଜ୍ ରୂପେ ବାଣୀ କପୁର, ଚିତ୍ରଙ୍ଗନ୍ଦା ସିଂ, ନେହା ଧୂପିଆ, ଅପାରଶକ୍ତି ଖୁରାନା ଓ ପୁଲକିତ ସମ୍ରାଟ ଭଳି ସେଲିବ୍ରିଟି । ନେହା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ଅପାରଶକ୍ତି ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ ।