ETV Bharat / sitara

ଚା' ବାଣ୍ଟିଲେ ରିଲ୍ ଲାଇଫ ମୋଦି

author img

By

Published : May 25, 2019, 10:56 AM IST

ନରେନ୍ଦ୍ର ମୋଦିଙ୍କ ବାୟୋପିକ ରିଲିଜ ଖୁସିରେ ଚା' ବାଣ୍ଟିଲେ ରିଲ ଲାଇଫ ମୋଦି ବିବେକ ଓବରୟ । ନିର୍ବାଚନ ଫଳାଫଳର ପରଦିନ ରିଲିଜ ହୋଇଛି ଫିଲ୍ମ ‘ପିଏମ ମୋଦି’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ହାଇଦ୍ରାବାଦ: ଅନେକ ବାଦ ବିବାଦ ପରେ ଶେଷରେ ରିଲିଜ ହୋଇଛି ନରେନ୍ଦ୍ର ମୋଦିଙ୍କ ବାୟୋପିକ ‘ପିଏମ ନରେନ୍ଦ୍ର ମୋଦି’ । ନିର୍ବାଚନ ଫଳାଫଳର ପରଦିନ ରିଲିଜ ହୋଇଛି ଫିଲ୍ମ । ତେବେ ଫିଲ୍ମର ସ୍କ୍ରିନିଂ ସମୟରେ ମୁଖ୍ୟ ଭୁମିକାରେ ଥିବା ବିବେକ ଓବରୟ ମୁମ୍ବାଇରେ ଚା' ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା ।

P M Narendra modi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ଫିଲ୍ମର ରିଲିଜ ପୂର୍ବରୁ ମୋଦି ସରକାର ବହୁମତରେ ବିଜୟୀ ହୋଇଛି । ତେବେ ଫଳାଫଳ ପୂର୍ବରୁ ଦଳ ଜିତିବ ଓ ଦର୍ଶକ ମନ ଖୁସିରେ ଫିଲ୍ମ ଦେଖିବେ ବୋଲି କହିଥିଲେ ବିଜେପି ସମର୍ଥକ ବିବେକ । ବିଜେପି ଜିତିବା ଓ ଫିଲ୍ମର ସ୍କ୍ରିନିଂ ପାଇଁ ଅତ୍ୟନ୍ତ ଖୁସି ଅଛନ୍ତି ରିଲ୍ ଲାଇଫ ମୋଦି ।

ତେବେ ଏହି ସମୟରେ ଫିଲ୍ମର ନିର୍ମାତା ଉମଙ୍ଗ କୁମାର ମଧ୍ୟ ଉପସ୍ଥିତ ଥିଲେ । ଏହାସହ ଫିଲ୍ମର ପୁରା ଟିମ ନରେନ୍ଦ୍ର ମୋଦିଙ୍କ ଜିତିବା ଖୁସିରେ ଚା' ପିଇ ସେଲିବ୍ରେଟ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.