ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ଏକତାଙ୍କୁ ଟାର୍ଗେଟ କଲେ ନିର୍ଦ୍ଦେଶକ ବିବେକ - ସୁଶାନ୍ତଙ୍କୁ ଫିଲ୍ମ ‘ହେଟ ଷ୍ଟୋରି’ରେ ସାଇନ କରାଇଥିଲେ ବିବେକ

ଫେମସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଖୁଲାସା । ସୁଶାନ୍ତଙ୍କୁ ଫିଲ୍ମ ‘ହେଟ ଷ୍ଟୋରି’ରେ ନେଇଥିଲେ ସେ । ଯାହା ଏଯାବତ ରିଲିଜ ହୋଇନାହିଁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 19, 2020, 8:52 PM IST

ମୁମ୍ବାଇ: ସୁଶାନ୍ତ ସିଂ ଆତ୍ମହତ୍ୟା ପରେ ଫିଲ୍ମର ଇଣ୍ଡଷ୍ଟ୍ରିର ଅନେକ ଫେମସ ନିର୍ମାତା, ଷ୍ଟାର୍ସଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ହେଲା ଯେ ସୁଶାନ୍ତ ବଲିଉଡରେ ଚାଲିଥିବା ଗୁଣ୍ଡାରାଜ ଓ ପରିବାରବାଦର ଶିକାର ହୋଇଥିଲେ । ଯାହାପାଇଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ଏବେ ଏହି ମାମଲାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫେମସ ନିର୍ମାତା ଏକତା କପୁରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ।

ସେ ନିକଟରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଯାହା ଉପରେ ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ‘ଯେତେବେଳେ ସେ ଜୀବିତ ଥିଲେ ତୁମେ ଫିଲ୍ମ ଅଫର କରିପାରିଥାଆନ୍ତ । ଏବେ ଦୁଃଖ ପ୍ରକାଶ କଲେ ଲାଭ କଣ ।’

ଏହି ୟୁଜରଙ୍କୁ ଜବାବ ଦେବାକୁ ଯାଇ ବିବେକ ଲେଖିଛନ୍ତି,‘ମୁଁ ତାଙ୍କୁ ହେଟ ଷ୍ଟୋରି, ଫିଲ୍ମର କଣ୍ଟ୍ରାକ୍ଟ ପାଇଁ ସାଇନ କରିଥିଲି, ହେଲେ ବାଲାଜି ଫିଲ୍ମ ରିଲିଜ କଲା ନାହିଁ ।’

ବିବେକଙ୍କ ଏପରି ବୟାନକୁ ନେଇ ପୁଣି ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି ସୁଶାନ୍ତ ପପୁଲାର ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ବାଲାଜି ଟେଲିଫିଲ୍ମସ ଦ୍ବାରା ପ୍ରଯୋଜିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.