ETV Bharat / sitara

ସୁଜୈନ୍‌ ଖାନଙ୍କ ସମେତ ବୀର ଦାସ, ଖୁସି କପୁର କୋରୋନା ସଂକ୍ରମିତ - ସୁଜୈନ୍‌ ଖାନ୍‌ କୋରୋନା ସଂକ୍ରମିତ

ସୁଜୈନ୍‌ ଖାନଙ୍କ ସମେତ ବୀର ଦାସ ଏବଂ ଖୁସି କପୁରଙ୍କ ନାଁ ଯୋଡି ହୋଇଛି । ଏହି ତିନି ଜଣଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଛି ଏବଂ ସମସ୍ତେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଅଧିକ ପଢନ୍ତୁ

ସୁଜୈନ୍‌ ଖାନ୍‌ ସମେତ ବୀର ଦାସ, ଖୁସି କପୁର କୋରୋନା ସଂକ୍ରମିତ

author img

By

Published : Jan 11, 2022, 4:58 PM IST

ହାଇଦ୍ରାବାଦ: ଅଭିନୟ ଜଗତରେ କାୟା ମେଲାଉଛି କୋରୋନା । ବଲିଉଡରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବେ କୋରୋନା କବଳରେ । ପ୍ରତିଦିନ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କୋରୋନା ସଂକ୍ରମିତ ହେଉଛନ୍ତି । ଏବେ ଏହି କୋରୋନା ତାଲିକାରେ ସୁଜୈନ୍‌ ଖାନଙ୍କ ସମେତ ବୀର ଦାସ ଏବଂ ଖୁସି କପୁରଙ୍କ ନାଁ ଯୋଡି ହୋଇଛି। ଏହି ତିନି ଜଣଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଛି ଏବଂ ସମସ୍ତେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।

ସୁଜୈନ୍‌ ଖାନ୍‌ କୋରୋନା ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, କାଲି ରାତିରେ ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଧ୍ୟାନ ନିଅନ୍ତୁ । ସେହିପରି ବୀର ଦାସ ତାଙ୍କ ପୋଷ୍ଟରେ କହିଛନ୍ତି, ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଘରେ ଆଉସୋଲେଟ୍‌ ଅଛନ୍ତି ।

ଅର୍ଜୁନ କପୁର, ଅଂଶୁଲା କପୁର ଏବଂ ରିୟା କପୁରଙ୍କ ପରେ ଏବେ କପୁର ପରିବାରରୁ ଖୁସି କପୁର କୋରୋନା ସଂକ୍ରମିତ ହୋଇଛନ୍ତି । ଖୁସି କପୁର ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଏହା ସହିତ ବୋନି କପୁର ଏବଂ ଜାହ୍ନବୀ କପୁର ନିଜକୁ ଘରେ ଆଉସୋଲେଟ୍‌ କରିଛନ୍ତି । ବର୍ତ୍ତମାନ ଜାହ୍ନବୀ କପୁରଙ୍କ କୋରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.