ETV Bharat / sitara

ଇରଫାନଙ୍କ ଦରିଆଦିଲକୁ ଝୁରୁଛନ୍ତି ଗ୍ରାମବାସୀ, ବଦଳାଇଦେଲେ ଗାଁ ନାମ

author img

By

Published : May 14, 2020, 3:30 PM IST

ନିକଟରେ ନାସିକ ଆଇଗତପୁରୀର ଏକ ଗାଁରେ ଲୋକେ ପ୍ରଖ୍ୟାତ ଅଭିନେତା ଇର୍ଫାନ ଖାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନେ ନିଜ ଗାଁର ନାମକୁ ଇର୍ଫାନଙ୍କୁ ସମର୍ପିତ କରିଛନ୍ତି । ଅଧିକ ପଢନ୍ତୁ..

ଇର୍ଫାନଙ୍କ ଦରିଆଦିଲକୁ ଝୁରୁଛନ୍ତି ଗ୍ରାମବାସୀ, ବଦଳାଇଦେଲେ ଗାଁ ନାମ

ନାସିକ: ପ୍ରଖ୍ୟାତ ଅଭିନେତା ଇର୍ଫାନ ଖାନ ଗତ ଏପ୍ରିଲ 29ରେ ଦୁନିଆକୁ ଅଲବିଦା କହିଛନ୍ତି । ହେଲେ ଏବେ ବି ଫ୍ୟାନ୍ସ ଓ ଶୁଭେଚ୍ଛ ତାଙ୍କୁ ଭୁଲିପାରିନାହାନ୍ତି । ତାଙ୍କର ଆକ୍ଟିଂ ସହ ନମ୍ର ଓ ସରଳ ଭାବମୂର୍ତ୍ତି ସମସ୍ତଙ୍କୁ ନିଜର କରିଥିଲା । ନିଜ ପର୍ସନାଲିଟି ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ।

ଅନେକ ଲୋକ ତାଙ୍କ ଦେହାନ୍ତ ଖବରକୁ ଗ୍ରହଣ କରିପାରିନାହାନ୍ତି । ନିକଟରେ ନାସିକ ଆଇଗତପୁରୀର ଏକ ଗାଁରେ ଲୋକେ ତାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନେ ନିଜ ଗାଁର ନାମକୁ ଇର୍ଫାନଙ୍କୁ ସମର୍ପିତ କରିଛନ୍ତି । ପ୍ରଥମେ ଗାଁର ନାମ ଥିଲା ‘ପତ୍ରାଛା ବାଡା’ । ଗାଁର ନୂଆ ନାମ ରଖାଯାଇଛି ‘ହିରୋ ଛି ୱାଡି’ ଯାହାର ଅର୍ଥ ଆକ୍ଟରଙ୍କ ପଡୋଶୀ । ଇର୍ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେମାନେ ଏହି ନାମ ରଖିଛନ୍ତି ।

ରିପୋର୍ଟ ଅନୁସାରେ ଏହି ଗାଁରେ ଇର୍ଫାନଙ୍କ ଫାର୍ମ ହାଉସ ରହିଛି । ସେ ନିଜ ବ୍ୟସ୍ତମୟ ଜାବନରୁ ସମୟ ବାହାର କରି ପରିବାର ସହ ଏଠାକୁ ଅନେକ ସମୟରେ ଆସୁଥିଲେ । ଯେତେବେଳେ ଗାଁର ଦରକାର ହେଉଥିଲା ସେ ସେମାନଙ୍କ ସହ ଛିଡା ହେଉଥିଲେ । ସବୁବେଳେ ଗ୍ରାମବାସୀଙ୍କୁ ସାହାଯ୍ୟର ହାତ ବଢାଉଥିଲେ । ଏଠାକାର ସ୍କୁଲ ଛାତ୍ରଙ୍କୁ ସେ ସମସ୍ତ ଜରୁରୀ ସାମଗ୍ରୀ ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କୁ ଅନେକ ସମୟରେ ସେ ସମସ୍ତ ପ୍ରକାର ଦରକାରୀ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ଉତ୍ସବରେ ସାମିଲ ହେଉଥିଲେ । ସେଥିପାଇଁ ଇର୍ଫାନଙ୍କ ଦରିଆଦିଲକୁ ଝୁରି ତାଙ୍କୁ ଏପରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଗ୍ରାମବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.