ETV Bharat / sitara

Vikram Vedha: ହ୍ରିତିକ୍‌ଙ୍କ ବର୍ଥଡେରେ ପ୍ରଥମ ଝଲକ ଦେଖିବେ ଦର୍ଶକ - ହ୍ରିତିକଙ୍କ ବର୍ଥଡେ'

ଆସନ୍ତାକାଲି(ସୋମବାର) ବଲିଉଡ଼ ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକଙ୍କ ବର୍ଥଡେ । ଏହି ଅବସରରେ ବିକ୍ରମ ଭେଧାର ପ୍ରଥମ ଝଲକ ଦେଖିବେ ଦର୍ଶକ । ଅଧିକ ପଢନ୍ତୁ

Vikram Vedha: ହ୍ରିତିକ୍‌ଙ୍କ ବର୍ଥଡେ'ରେ ପ୍ରଥମ ଝଲକ ଦେଖିବେ ଦର୍ଶକ

author img

By

Published : Jan 9, 2022, 6:09 PM IST

ମୁମ୍ବାଇ: ବଲିଉଡ଼ର ଗ୍ରୀକ୍‌ ଗଡ଼ ତଥା ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ ରୋଶନ ଆସନ୍ତାକାଲି(ସୋମବାର) ୪୮ ବର୍ଷ ବୟସରେ ପାଦ ଥାପିବାକୁ ଯାଉଛନ୍ତି । ଜନ୍ମଦିନ ଅବସରରେ ହ୍ରିତିକଙ୍କ ଆଗାମୀ ଫିଲ୍ମ 'ବିକ୍ରମ ଭେଧା'ରେ ତାଙ୍କ ଲୁକ୍‌ର ପ୍ରଥମ ଝଲକ ଦେଖିବାକୁ ଯାଉଛନ୍ତି ଦର୍ଶକ । ତେବେ ଏ ସମ୍ପର୍କରେ ଫିଲ୍ମର ମେକର୍ସ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଫିଲ୍ମଟି ତାମିଲ ହିଟ୍‌ର ହିନ୍ଦୀ ରିମେକ୍‌ ।

ଏହି ଫିଲ୍ମଟି ୨୦୧୭ ମସିହାରେ ତାମିଲ ଭାଷାରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ହିଟ୍‌ ହୋଇଥିଲା । ଏହାର ଅରିଜିନାଲ ଫିଲ୍ମରେ ଆର. ମାଧବନ ଓ ବିଜୟ ସେଥୁପତି ଅଭିନୟ କରିଥିଲେ । ଏହାର ହିନ୍ଦୀ ରିମେକ୍‌ରେ ହ୍ରିତିକ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା ବେଳେ ତାଙ୍କ ବିରୋଧରେ ସୈଫ ଅଲ୍ଲୀ ଖାନ ନଜର ଆସିବେ । ହ୍ରିତିକ ଓ ସୈଫ ପୂର୍ବରୁ ୨୦୦୨ ମସିହାରେ Naa Tum Jaano Na Hum ଏକାଠି ନଜର ଆସିଥିଲେ ।

ଏହା ବି ପଢନ୍ତୁ: Yash's Birthday: ନୂଆ ପୋଷ୍ଟର ହେଲା ରିଲିଜ

ଏହି ଫିଲ୍ମଟି ଭାରତୀୟ ଲୋକକଥା 'ବିକ୍ରମ ଓ ବେତାଳ' ଉପରେ ଆଧାରିତ । ଏହି ଫିଲ୍ମରେ ଅନ୍ୟ କଳାକାର ଭାବେ ରାଧିକା ଆପ୍ଟେ ଅଭିନୟ କରିଥିବା ବେଳେ ଅରିଜିନାଲ ଫିଲ୍ମର ନିର୍ଦ୍ଦେଶକ ପୁଷ୍କର-ଗାୟତ୍ରୀ ମଧ୍ୟ ନିର୍ଦ୍ଦେଶନା ଦେବେ । ଏହାକୁ ନିରଜ ପାଣ୍ଡେ ନିଜ ପ୍ରଡକ୍ସନ ହାଉସ Friday Filmworks ଓ Reliance Entertainment ଏବଂ Y Not Studiosର ମିଳିତ ଉଦ୍ୟମରେ ପ୍ରଯୋଜିତ ହେବ । ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖରେ ରିଲିଜ ହେବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.