ETV Bharat / sitara

ଜାଣନ୍ତୁ କାହିଁକି ବିଜୟ ସେତୁପତୀ ଛାଡିଲେ 'ଲାଲ ସିଂ ଚଡ୍ଡା'

ବିଜୟ ସେତୁପତୀଙ୍କୁ ଫିଲ୍ମ'ଲାଲ ସିଂ ଚଡ୍ଡା'ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ଚୟନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଖବର ଆସିଥିଲା ​​ଯେ, ସେ ଫିଲ୍ମ ଛାଡିଛନ୍ତି । ଅଧିକ ପଢନ୍ତୁ ...

vijay-sethupathi-on-apparent-rift-with-aamir-khan-laal-singh-chaddha-exit
ଜାଣନ୍ତୁ କାହିଁକି ବିଜୟ ସେତୁପତୀ ଛାଡିଲେ 'ଲାଲ ସିଂ ଚଡ୍ଡା'
author img

By

Published : Feb 16, 2021, 6:34 PM IST

ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ବିଜୟ ସେତୁପତୀ ଫିଲ୍ମ 'ଲାଲ ସିଂ ଚଡ୍ଡା' ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲେ । କିନ୍ତୁ କିଛି କାରଣରୁ ଏହା ହୋଇପାରିଲା ନାହିଁ । ଏହି ଫିଲ୍ମରୁ ଅଲଗା ହେବାର କାରଣ ପ୍ରକାଶ କରିଛନ୍ତି ଅଭିନେତା ।

'ଲାଲ ସିଂ ଚଡ୍ଡା'ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ବିଜୟଙ୍କୁ ଚୟନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଖବର ଆସିଥିଲା ​​ଯେ ସେ ଫିଲ୍ମ ଛାଡିଛନ୍ତି । ଏହା ମଧ୍ୟ ଅନୁମାନ କରାଯାଉଥିଲା ଯେ, ସେ ଏହି ଭୂମିକା ପାଇଁ ଓଜନ ହ୍ରାସ କରିବାକୁ ମନା କରିଦେଇଥିଲେ, ଏହା ପରେ ତାଙ୍କୁ ଫିଲ୍ମରୁ ଅଲଗା ହେବାକୁ କୁହାଯାଇଥିଲା ।

ଫିଲ୍ମ'ଲାଲ ସିଂ ଚଡ୍ଡା' ବିଷୟରେ ବିଜୟ କହିଛନ୍ତି , 'ମୁଁ ମୋ ଶରୀର ଏବଂ ମନ ସହିତ ବହୁତ ଆରାମଦାୟକ ଅଟେ । ମୁଁ ଯେଉଁ ପ୍ରୋଜେକ୍ଟ ରେ ମଧ୍ୟ କାମ କରେ, ସେମାନେ ମଧ୍ୟ ମୋ ସହିତ ଯାଆନ୍ତି ।

ଆମୀର ସାର୍ ମୋତେ ଏହି ଭୂମିକା ଅଫର କରିଥିଲେ । ସେ ସ୍କ୍ରିପ୍ଟ ବିଷୟରେ କହିବାକୁ ତାମିଲନାଡୁ ଆସିଥିଲେ । ସେ ଜଣେ ମହାନ ଷ୍ଟୋରୀଟେଲର । ସେ ଯେପରି କାହାଣୀ କହିଥିଲେ, ମୁଁ ଆକର୍ଷିତ ହୋଇଥିଲି । ଏଥିସହିତ ମୁଁ ସଙ୍ଗେ ସଙ୍ଗେ ହଁ ମଧ୍ୟ କରିଦେଇଥିଲି । କିନ୍ତୁ ଏହା ପରେ କୋଭିଡ ଆସିଥିଲା । ଏହି ମହାମାରୀ ଆମର ସମସ୍ତ ଯୋଜନାକୁ ନଷ୍ଟ କରିଦେଲା । ଲକଡାଉନ୍ ପରେ ମୋର ପାଞ୍ଚଟି ତେଲୁଗୁ ଚଳଚ୍ଚିତ୍ର ଥିଲା, ଯେଉଁଥିପାଇଁ ମୁଁ 'ଲାଲ ସିଂ ଚଡ୍ଡା' ପାଇଁ ଡେଟ ମିଳିପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.