ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ନିଜର ଫିଟନେସ ପାଇଁ ଜଣାଶୁଣା । ଏହି ସମୟରେ ସେ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି ।
- " class="align-text-top noRightClick twitterSection" data="">
ବିଦ୍ୟୁତ ଚ୍ୟାନେଲରେ ପ୍ରଥମ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ସେ ପାଣି ଉପରେ ଚାଲୁଥିବାର ନଜର ଆସିଛନ୍ତି ।
ବିଦ୍ୟୁତ୍ କହିଛନ୍ତି, "ମୋର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ କରିବା ମୋର ଲକ୍ଷ୍ୟ ଥିଲା, କିନ୍ତୁ ମୁଁ ଏକ ଭଲ ବିଷୟବସ୍ତୁକୁ ଅପେକ୍ଷା କରିଥିଲି । ନିକଟରେ ମୁଁ ପାଣି ଉପରେ ଚାଲିବାର ଟ୍ରେନିଙ୍ଗ ସମାପ୍ତ କରିଛି । ମୁଁ ଭାବିଲି ଏହା ଆରମ୍ଭ କରିବା ପାଇଁ ଉପଯୁକ୍ତ ବିଷୟବସ୍ତୁ ।
ଲକଡାଉନ୍ ସମୟରେ ବିଦ୍ୟୁତ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଲୋକଙ୍କୁ ଫିଟନେସ୍ ଟିପ୍ସ ମଧ୍ୟ ଦେଇଥିଲେ । ସେ ତାଙ୍କ ୟୁଟ୍ୟୁବକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ ଅଛନ୍ତି ।
ଏହି ଚ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍ କେବଳ ଫିଟନେସ୍ ସହ ଜଡିତ ବିଷୟବସ୍ତୁ ଅପଲୋଡ୍ କରିବେ ନାହିଁ, ବରଂ ପ୍ରଶଂସକମାନଙ୍କ ପାଇଁ ମାନସିକ ସୁସ୍ଥତା ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଷୟବସ୍ତୁ ମଧ୍ୟ ଅପଲୋଡ୍ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ