ହାଇଦ୍ରାବାଦ: ଗତ ଡିସେମ୍ବର ୯ ତାରିଖରେ ରାଜସ୍ଥାନରେ ରୟାଲ ୱେଡିଙ୍ଗରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି ବିକି କୌଶଲ ଓ କ୍ୟାଟ୍ରିନା କୈଫ । ତେବେ ବିବାହ ଉତ୍ସବରେ ବିକିଙ୍କ ୱେଡିଙ୍ଗ ସ୍ପିଚ୍ ଶୁଣି କ୍ୟାଟ୍ରିନା ଭାବବିହ୍ବଳ ହୋଇପଡ଼ିଥିବା ସୂଚନା ମିଳିଛି ।
- " class="align-text-top noRightClick twitterSection" data="
">
ରିପୋର୍ଟ ଅନୁସାରେ ବରମାଲା ସେରିମନୀ(Varmala ceremony) ପରେ ବିକି ଏହି ସ୍ପିଚ୍ ଦେଇଥିଲେ । ସେ ଏହାକୁ କ୍ୟାଟ୍ରିନାଙ୍କ ପାଇଁ ଡେଡିକେଟ୍ କରିଥିଲେ । କ୍ୟାଟ୍ରିନା ତାଙ୍କ ଜୀବନକୁ ଆସିବା ପରେ କିପରି ତାଙ୍କ ଜୀବନ ବଦଳି ଯାଇଛି ସେ ସମ୍ପର୍କରେ ନିଜ ସ୍ପିଚରେ କହିଥିଲେ ବିକି । ଏହାପରେ କ୍ୟାଟ୍ରିନା ଭାବବିହ୍ବଳ ହୋଇପଡ଼ିଥିଲେ । ବିକି ଓ କ୍ୟାଟ ସେମାନଙ୍କ ବିବାହକୁ ଅତ୍ୟନ୍ତ ଗୋପନୀୟ ରଖିଥିଲେ । ବିବାହ ଦିନ ପର୍ଯ୍ୟନ୍ତ ମଧ୍ୟ ଏ ସମ୍ପର୍କରେ ଉଭୟ କିଛି ସ୍ପଷ୍ଟୀକରଣ ଦେଇନଥିଲେ ।
ଏହା ବି ପଢନ୍ତୁ: VicKat Mehendi: ଶ୍ବଶୁରଙ୍କ ସହିତ ମନ ଖୋଲି ନାଚିଲେ କ୍ୟାଟ୍ରିନା
ବିବାହ ପରେ ଏହି କପଲ୍ ଧୀରେ ଧୀରେ ବିବାହ ଉତ୍ସବର ଫଟୋକୁ ସେୟାର କରିଛନ୍ତି । ହଳଦୀ ପରେ ଏବେ ମେହେନ୍ଦୀ ସେରିମନୀ ଫଟୋ ଇଣ୍ଟରନେଟରେ ବେଶ ଭାଇରାଲ ହେଉଛି । ସେପଟେ ବିବାହ ଉପରେ ଏହି କପଲ୍ ଶୁକ୍ରବାର ମୁମ୍ବାଇର ଜୁହୁ ସ୍ଥିତ ନିଜ ନୂଆ ଘରକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ