ମୁମ୍ବାଇ: ଆକ୍ଟର ବିକ୍କୀ କୌଶଲ ପ୍ରଥମଥର ହରର ଥ୍ରିଲର ଫିଲ୍ମ ‘ଭୂତ୍’ ନେଇ ପରଦାକୁ ଫେରିବେ । ଯାହାର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ବିକ୍କୀ । ‘ଭୂତ୍’ ଫିଲ୍ମଟି ଦୁଇଟି ଭାଗରେ ଦେଖିବାକୁ ପାଇବେ ଦର୍ଶକ । ‘ଉରି’ ପରେ ଦର୍ଶକ ବିକ୍କୀଙ୍କ ‘ଭୂତ୍’ ଫିଲ୍ମକୁ ନେଇ ଏକ୍ସାଇଟେଡ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ‘ଭୂତ୍ ପାର୍ଟ ୱାନ: ଦ ହଣ୍ଟେଡ ସିପ’ ଆସନ୍ତା ବର୍ଷ ଫେବୃଆରୀ 21ରେ ରିଲିଜ ହେବାକୁ ଯାଉଛି ।
ସୋସିଆଲ ମିଡିଆରେ ମେକର୍ସ ଫିଲ୍ମର ପୋଷ୍ଟର ସେୟାର କରି ନୂଆ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ବିକ୍କୀ ଟ୍ବିଟରରେ ଫିଲ୍ମ ରିଲିଜ ତାରିଖ ନଭେମ୍ବରରେ 15 ଘୋଷଣା କରିଥିଲେ । କିନ୍ତୁ କିଛି ସମସ୍ୟା ପାଇଁ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ମେକର୍ସ ।
ଭାନୁ ପ୍ରତାପ ସିଂଙ୍କ ନିର୍ଦ୍ଦେଶକ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ନିର୍ମାତା କରନ ଜୋହର । ବିକ୍କୀଙ୍କ ସହ ‘ଭୂତ୍’ ରେ ନଜର ଆସିବେ ଭୂମି ପେଡନେକର । ପ୍ରକାଶ ଥାଉକି ‘ଭୂତ୍ ପାର୍ଟ ୱାନ: ଦ ହଣ୍ଟେଡ ସିପ’ ମୁମ୍ବାଇର ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ।