ETV Bharat / sitara

ଏକାଠି ହେବେ ସାରା-ବିକ୍କୀ

author img

By

Published : Nov 4, 2019, 5:54 PM IST

ନବାଗତ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ନ୍ୟାସନାଲ ଆୱାର୍ଡ ୱିନିଂ ଆକ୍ଟର ବିକ୍କୀ କୌଶଲଙ୍କ ରୋମାନ୍ସ ପରଦାରେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଦୁଇଜଣ ଏକାଠି କାମ କରିବାକୁ ଯାଉଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ବଲିଉଡ ଡିଭା ସାରା ଅଲ୍ଲୀ ଖାନ ଓ ‘ଉରି’ ଫେମ ବିକ୍କୀ କୌଶଲଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ। ପ୍ରଥମଥର ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ ଏହି ଯୋଡି । ଚର୍ଚ୍ଚା ଜୋର ଧରିଛି ଯେ ଲୋକପ୍ରିୟ ନିର୍ମାତା ଅନୀସ ବଜ୍ମୀଙ୍କ ଆଗାମୀ ପ୍ରୋଜେକ୍ଟର ସାରା ଓ ବିକ୍କୀ ମୁଖ୍ୟ ଭୂମିକାରେ ଅଭିନୟ କରିପାରନ୍ତି ।

ଅନୀସଙ୍କ ନିକଟତର ସୂତ୍ରରୁ ଏହି ଖବରର ଖୁଲାସା ହୋଇଛି ଯେ ତାଙ୍କ ଆଗାମୀ କମେଡି, ଡ୍ରାମା ଫିଲ୍ମ ପାଇଁ ଯୁବ କଳାକାରଙ୍କୁ କାଷ୍ଟ କରାଯିବ। ଆଉ ତାଙ୍କ ପ୍ରଥମ ପସନ୍ଦ ସାରା ଓ ବିକ୍କୀ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ବିକ୍କୀ ଏହି କମେଡି ଫିଲ୍ମ ପାଇଁ ପ୍ରଥମରୁ ରାଜି ହୋଇଛନ୍ତି।

ସେପଟେ ସାରାଙ୍କୁ ମେକର୍ସଙ୍କ ତରଫରୁ ଆପ୍ରୋଚ କରାଯାଇଛି। କାରଣ ମେକର୍ସଙ୍କୁ ଲାଗୁଛି ଯେ ଚୁଲବୁଲି ସାରା ଏହି କମେଡି ଫିଲ୍ମରେ ଦମଦାର ପଫର୍ମ କରିବେ। ସବୁଠାରୁ ମୁଖ୍ୟ କଥା ହେଲା କି ଦର୍ଶକ ଏଯାବତ ସାରାଙ୍କ କମେଡି ଅଭିନୟ ଦେଖିନାହାଁନ୍ତି । ଯାହା ଦର୍ଶକଙ୍କ ପାଇଁ ଏକ ସରପ୍ରାଇଜ।

ପ୍ରକାଶ ଥାଉକି ସାରାଙ୍କୁ ମଧ୍ୟ ଏହି ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସିଛି । ଆଉ ଯଦି ସବୁ ଠିକ୍ ରହୁଛି ତେବେ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ କରିବେ ଅନୀସ । ବର୍ତ୍ତମାନ ଅନୀସ ନିଜର ଅପକମିଂ ଫିଲ୍ମ ‘ପାଗଲପନ୍ତୀ’ ରିଲିଜକୁ ଅପେକ୍ଷା କରିଛନ୍ତି । ଏହାସହ ସେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ସହ ‘ଭୁଲ ଭୁଲୈୟା 2’ର ସୁଟିଂ ଶେଷ କଲା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି।

Intro:Body:

LIPINA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.