ETV Bharat / sitara

ମାର୍ଶାଲ ଆର୍ଟ ଟ୍ରେନିଂରେ ଆହତ ବିକ୍କୀ, ସେୟାର କଲେ ଫଟୋ

author img

By

Published : Mar 22, 2021, 2:17 PM IST

ଭାଇରାଲ ହେଲା ବିକ୍କୀ କୌଶଲଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ । ଯେଉଁଥିରେ ଅଭିନେତାଙ୍କ ହାତରେୁ ରକ୍ତ ବାହାରୁଥିବାର ଆସିଲା ନଜର ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍ ବିକ୍କୀ କୌଶଲ ତାଙ୍କ ମାର୍ଶଲ ଆର୍ଟ ଟ୍ରେନିଂ ସେଶନ ସୋମବାର ଆରମ୍ଭ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଆଶ୍ଚର୍ଯ୍ୟକର କଥା ଜଣାଇଛନ୍ତି ଅଭିନେତା । ଯାହାକୁ ନେଇ ଚିନ୍ତିତ ତାଙ୍କ ଫ୍ୟାନ୍ସ । ଭାଇରାଲ ହେଉଥିବା ଫଟୋରେ ତାଙ୍କ ଡାହାଣ ହାତରେ ରକ୍ତ ଜୁଡୁବୁଡୁ ବ୍ୟାଣ୍ଡେଜ୍ ଦେଖାଯାଉଥିବାରୁ, ଏହା ଜଣାପଡୁଡି ଯେ ଟ୍ରେନିଂ ସମୟରେ ଅଭିନେତା ନିଜକୁ ଆଘାତ ଦେଇଛନ୍ତି ।

ବିକ୍କୀ ସୋମବାର ସକାଳେ ରକ୍ତ, ଝାଳ ଏବଂ ମଇଳା ସହିତ ଆରମ୍ଭ କରିଛନ୍ତି ମାର୍ଶଲ ଆର୍ଟ ଟ୍ରେନିଂ । ନିଜର ଆଗାମୀ ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’ ପାଇଁ ମାର୍ଶଲ ଆର୍ଟ ଟ୍ରେନିଂ ନେଉଛନ୍ତି ସେ ।

ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଜି ସକାଳେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି। ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ହେଲେ ସେ କେଉଁ ଫିଲ୍ମ ପାଇଁ ଏହି କଡା ଟ୍ରେନିଂ ନେଉଛନ୍ତି ତାର ଖୁଲାସା କରିନାହାଁନ୍ତି, କିନ୍ତୁ ଫ୍ୟାନ୍ସ ଅନ୍ଦାଜା ଲଗାଉଛନ୍ତି ଯେ ସେ ନିଜର ଚର୍ଚ୍ଚିତ ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’ ମାର୍ଶଲ ଆର୍ଟ ଟ୍ରେନିଂ ନେଉଛନ୍ତି ବୋଲି ।

ପ୍ରକାଶ ଥାଉକି ବିକ୍କୀଙ୍କୁ ଶେଷ ଥର ହରର ଡ୍ରାମା ଫିଲ୍ମ ‘ଭୂତ ପାର୍ଟ ୱାନ: ଦ ହଣ୍ଟେଡ ଶିପ୍‌’ରେ ଦେଖିବାକୁ ମିଳିଥିଲା । ଏହାସହ ସେ ୟଶରାଜର ଆଗାମୀ ଫିଲ୍ମ କମେଡି ଡ୍ରାମା ଫିଲ୍ମରେ ମଧ୍ୟ ନଜର ଆସିବେ । ଆଉ ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ପୂର୍ବତନ ବିଶ୍ବ ସନ୍ଦରୀ ମାନୁଷୀ ଛିଲ୍ଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.