ETV Bharat / sitara

Vicky-Kat Wedding Update: କଠୋର ପ୍ରତିବନ୍ଧକ ସତ୍ତ୍ବେ ବିବାହ ସ୍ଥଳରୁ ଭିଡ଼ିଓ ଲିକ୍‌

author img

By

Published : Dec 7, 2021, 7:39 PM IST

ଆସନ୍ତା ୯ ତାରିଖରେ ବିବାହ କରିବେ ବିକି ଓ କ୍ୟାଟ୍‌ । ଉଭୟଙ୍କ ବିବାହ ବ୍ୟକ୍ତିଗତ ସ୍ତରରେ ହେଉଥିବା ବେଳେ କଠୋର ପ୍ରତିବନ୍ଧକ ସତ୍ତ୍ବେ ଲିକ୍‌ ହୋଇଛି ମଣ୍ଡପର ଭିଡ଼ିଓ । ଅଧିକ ପଢନ୍ତୁ

Vicky-Kat wedding Update: କଠୋର ପ୍ରତିବନ୍ଧକ ସତ୍ତ୍ବେ ବିବାହ ସ୍ଥଳରୁ ଭିଡ଼ିଓ ଲିକ୍‌

ହାଇଦ୍ରାବାଦ: ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି । ଭିକ୍‌କ୍ୟାଟ୍‌ ହ୍ୟାସଟାଗ୍‌(#VicKat) ମଧ୍ୟ ଟ୍ରେଣ୍ଡ କରୁଥିବାବେଳେ ଫ୍ୟାନ୍ସ ଉଭୟଙ୍କ ପତିପତ୍ନୀ ଭାବରେ ଏକାଠି ଦେଖିବାକୁ ଚାହିଁ ବସିଛନ୍ତି । ସେପଟେ ଏହି ଷ୍ଟାରଙ୍କ ବିବାହ(Vicky-Kat wedding)ରେ କଠୋର ପ୍ରତିବନ୍ଧକ ଲଗାଯାଇଛି । ଏସବୁ ସତ୍ତ୍ବେ ବିବାହ ସ୍ଥଳ ରାଜସ୍ଥାନର ମାଧୋପୁରରେ ଥିବା ସିକ୍ସ ସେନ୍ସେସ ଫୋର୍ଟ(Six Senses Fort)ରୁ ଭିଡ଼ିଓ ଲିକ୍‌ ହୋଇଛି ।

ଏହି କଳାକାର ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏମାନେ ପ୍ରାୟ ୨ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିବା ବେଳେ ଗତ କିଛି ମାସ ଧରି ବିବାହକୁ ନେଇ ଗୁଜବ ପ୍ରଚାର ହୋଇଥିଲା । ଏଯାବତ୍‌ ମଧ୍ୟ ବିବାହକୁ ନେଇ ଉଭୟ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ରାଜସ୍ଥାନରେ ବିକି ଓ କ୍ୟାଟ୍ରିନା ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ଉଭୟ ପରିବାରର ବନ୍ଧୁ ଓ ସେଲିବ୍ରିଟିମାନେ ରାଜସ୍ଥାନରେ ପହଞ୍ଚିଛନ୍ତି ।

ଗଣମାଧ୍ୟମଠାରୁ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି ଏହି କପଲ୍‌ । କିନ୍ତୁ ଏହା ସତ୍ତ୍ବେ ହୋଟେଲର ଭିତର ପାର୍ଶ୍ବର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିଛି । ଯେଉଁଥିରେ ଭିତର ପାର୍ଶ୍ବ ଅନେକ ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ଅତ୍ୟନ୍ତ ମନୋରମ ଦିଶୁଛି । କିଛି ଡ୍ୟାନ୍ସର ଏହି ଭିଡ଼ିଓରେ Jodhaa Akbar ଫିଲ୍ମର Khwaja Mere Khwaja ସଙ୍ଗ୍‌ରେ ନାଚୁଥିବା ଦେଖିବାକୁ ମିଳିଛି ।

ଚଳିତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଉଭୟଙ୍କ ବିବାହ ଉତ୍ସବ ପାଳିତ ହେବ । ବିକି ଓ କ୍ୟାଟ୍ରିନା ୯ ତାରିଖରେ ପରସ୍ପରକୁ ସାତ ଜନ୍ମର ସାଥୀ କରିବେ । ଉଭୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବରୱାଡା ଫୋର୍ଟରେ ରହିବେ । ବିବାହ ପରେ ଏମାନେ ସ୍ଥାନୀୟ ଚୌଥ ମାତା(Chauth Mata) ମନ୍ଦିରକୁ ଦର୍ଶନ ପାଇଁ ଯିବେ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.