ମୁମ୍ବାଇ: ବଲିଉଡରେ 11 ବର୍ଷର ଯାତ୍ରା ପୂରଣ କରିସାରିଛନ୍ତି ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ । ‘ବିକ୍କୀ ଡୋନର’ଭଳି ସୁପରହିଟ୍ ଫିଲ୍ମ ଜରିଆରେ ବଲିଉଡରେ କରିଥିଲେ ଏଣ୍ଟ୍ରି । ଏବେ ସମସ୍ତଙ୍କ ଫେଭରେଟ ଅଭିନେତ୍ରୀ ସାଜିଛନ୍ତି ସେ । ଖାଲି ଏତିକି ନୁହେଁ ‘ଉରି’ରୁ ନେଇ ‘ବାଲା’ ଫିଲ୍ମରେ ଦେଖାଇସାରିଛନ୍ତି ନିଜ ଜଲୱା । ଏବର ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ସେ ପ୍ରସ୍ତୁତ ଅଛନ୍ତି । ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ସେ ।
ପାଖାପାଖି 8ଟି ଫିଲ୍ମରେ ସାଇନ କରି ସମସ୍ତଙ୍କ ଆଶ୍ଚର୍ଯ୍ୟ ମଧ୍ୟ କରିଛନ୍ତି ସେ । ଏହାର ଖୁଲାସା କରିଛନ୍ତି ସେ । ଆଉ କହିଛନ୍ତି, ‘ଲୋକେ ମତେ ପ୍ରଶ୍ନ କରୁଥିଲେ ମୋ ଏତେ ଭାବିଚିନ୍ତି କାହିଁକି କାମ କରୁଛି । ମଣିଷ ସେହି ସମୟରେ ଅଧିକ ଭାବିଚିନ୍ତି କାମ କରେ ଯେବେ ତା ପାଖରେ ଅନେକ ଅପଶନ ଥାଏ । ଆଉ ଯଦି ନାହିଁ ତେବେ ଏକ ସମୟରେ ଗୋଟିଏ ଫିଲ୍ମ କରିବାକୁ ପଡିଥାଏ । ଯେମିତି ପୂର୍ବରୁ ମୁଁ କରୁଥିଲି । ହେଲେ ଏବେ ମୋ ପାଖରେ ଅନେକ ପ୍ରୋଜେକ୍ଟର ଅଛି । ଯାହାକୁ ନେଇ ମୁଁ ଉତ୍ସାହିତ ।’
ଯଦି ୟାମିଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ‘ଭୂତ ପୋଲିସ’, ‘ଏ ୱେନ୍ସେଡେ’ ସିକ୍ବେଲ, ଭଳି ଫିଲ୍ମରେ ନଜର ଆସିବେ । ଏହାବ୍ୟତୀତ ଆଉ ଏକ କ୍ରାଇମ, ଥ୍ରିଲର ଫିଲ୍ମରେ ମଧ୍ୟ ଦେଖାଯିବେ । ଆଉ ଚାରୋଟି ଫିଲ୍ମ ତାଙ୍କ ସୂଚୀରେ ଅଛି । ଯାହା ବିଷୟରେ ଅଧିକ ଖୁଲାସା କରିନାହାଁନ୍ତି ସେ ।