ମୁମ୍ବାଇ: ଦର୍ଶକ ଅନେକ ଦିନରୁ ଚୁଲବୁଲି ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ଚର୍ଚ୍ଚିତ ଫିଲ୍ମ ‘ଷାଣ୍ଢ କି ଆଖଁ’ ଦେଖିବାକୁ ଅପେକ୍ଷା କରିବସିଛନ୍ତି । ଫିଲ୍ମର ପ୍ରଥମ ସ୍ପେଶାଲ ସ୍କ୍ରିନିଂ ହୋଇସାରିଛି । ଯେଉଁଥିରେ ଦୁଇ ଅଭିନେତ୍ରୀଙ୍କ ଦମଦାର ଅଭିନୟର ଖୁବ୍ ପ୍ରଶଂସା କରାଯାଇଥିଲା । ସବୁଠାରୁ ମୁଖ୍ୟ କଥା ହେଲା କି ଭୂମି ଓ ତାପସୀ ଉପରାଷ୍ଟ୍ର ପତି ଭେଙ୍କେୟା ନାଇଡୁଙ୍କ ପାଇଁ ତାଙ୍କ ଘରେ ‘ଷାଣ୍ଢ କି ଆଂଖ’ର ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରିଥିଲେ ।
ଫିଲ୍ମ ଦେଖି ଉପରାଷ୍ଟ୍ରପତି ଦୁଇ ଅଭିନେତ୍ରୀଙ୍କ ଖୁବ୍ ପ୍ରଶଂସାରେ ଲାଗିଯାଇଥିଲେ । ଯାହାକୁ ନେଇ ଦୁଇ ଅଭିନେତ୍ରୀଙ୍କ ଖୁସି ନ କହିଲେ ସରେ । ଫିଲ୍ମରେ ଭୂମି ଓ ତାପସୀ ଭାରତୀୟ ବୃଦ୍ଧା ସାର୍ପସୁଟର୍ସଙ୍କ ପ୍ରକାଶି ତୋମର ଓ ଚନ୍ଦ୍ରୋ ତୋମରଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ଅବସରରେ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଟ୍ବିଟରେ ଜଣାଇଛନ୍ତି ଏହି ଦୁଇ ଅଭିନେତ୍ରୀ । ଶନିବାର ତାପସୀ ଓ ଭୂମିଙ୍କ ସହ ସାକ୍ଷାତ କରି ଉପରାଷ୍ଟ୍ରପତି ଫିଲ୍ମ ଦେଖିଥିଲେ । ଯାହାପରେ ସେ ଟ୍ବିଟ କରି ‘ଷାଣ୍ଢ କି ଆଂଖ’ର ପୁରା ଟିମକୁ ଶୁଭକାମନା ଜଣାଇଥିଲେ।
ତାଙ୍କ ପ୍ରଶଂସାର ଧନ୍ୟବାଦ ଜଣାଇ ତାପସୀ ଟ୍ବିଟ କରି ଲେଖିଛନ୍ତି, ‘ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର । ଆମ ଫିଲ୍ମ ପାଇଁ ଆପଣ ପରିବାରକୁ ପ୍ରଥମ ଦର୍ଶକ ରୂପେ ପାଇବା ସମ୍ମାନର କଥା ।’
ଅନ୍ୟପଟେ ଭୂମି ଲେଖିଛନ୍ତି, ‘ଆମ ଫିଲ୍ମ ଦେଖିବା ଏବଂ ଏହାର ପ୍ରଶଂସା କରିବା ମାନନୀୟ ଉପରାଷ୍ଟ୍ରପତି ସାର ଆପଣଙ୍କୁ ଧନ୍ୟବାଦ । ଆପଣ ଏବଂ ଆପଣଙ୍କ ପରିବାର ସହ ଏହା ଏକ ଶାନଦାର ସନ୍ଧ୍ୟା ସାବ୍ୟସ୍ତ ହୋଇଛି । ଜୟ ହିନ୍ଦ ।’