ETV Bharat / sitara

ହୃଦଘାତରେ ପ୍ରାଣ ହରାଇଲେ ବରୁଣ ଧୱନଙ୍କ ଡ୍ରାଇଭର ମନୋଜ ସାହୁ - ବରୁଣ ଧୱନଙ୍କ ଡ୍ରାଇଭର ମନୋଜ ସାହୁ

ବଲିଉଡ ଅଭିନେତା ବରୁଣ ଧୱନଙ୍କ ଡ୍ରାଇଭର ମନୋଜ ସାହୁଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ହାର୍ଟ ଆଟାକ୍‌ ଆସିବାରୁ ତାଙ୍କୁ ନିକଟସ୍ଥ ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ

ହୃଦଘାତରେ ପ୍ରାଣ ହରାଇଲେ ବରୁଣ ଧୱନଙ୍କ ଡ୍ରାଇଭର ମନୋଜ ସାହୁ

author img

By

Published : Jan 19, 2022, 3:15 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ଡ୍ରାଇଭର ମନୋଜ ସାହୁଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ମନୋଜ ମଙ୍ଗଳବାର ଦିନ ବରୁଣଙ୍କୁ ମୁମ୍ବାଇର ମେହବୁବ ଷ୍ଟୁଡିଓରେ ଛାଡିଥିଲେ ଏବଂ ସୁଟିଂ ଶେଷ ହେବା ପାଇଁ ବାହାରେ ଅପେକ୍ଷା କରିଥିଲେ। ବରୁଣ ଏକ ବିଜ୍ଞାପନ ପାଇଁ ସୁଟିଂ କରିବାକୁ ଆସିଥିଲେ । ବରୁଣ ଧୱନ ଷ୍ଟୁଡିଓରେ ସୁଟିଂ କରୁଥିବାବେଳେ ମନୋଜ ବାହାରେ ଠିଆ ହୋଇଥିଲେ। ହଠାତ୍ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କୁ ନିକଟସ୍ଥ ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମନୋଜଙ୍କୁ ମାତ୍ର 40 ବର୍ଷ ବୟସ ହୋଇଥିଲା । ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ 6 ଟା ସମୟରେ ଭଟିଥିବା କୁହାଯାଉଛି । ମନୋଜଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଲିଳାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର କୁହାଯାଉଛି ଯେ, ମନୋଜଙ୍କର ଡାକ୍ତରଖାନାରେ ଆଉ ଏକ ହାର୍ଟ ଆଟାକ୍‌ ଆସିଥିଲା। ସେହି ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବରୁଣ ଧୱନ ମଧ୍ୟ ମନୋଜଙ୍କ ସହ ଡାକ୍ତରଖାନା ଯାଇଥିଲେ।

ସୂଚନାଯୋଗ୍ୟ ଯେ, ମନୋଜ ପୂର୍ବରୁ ବରୁଣ ଧୱନଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଡେବିଡ ଧୱନଙ୍କ ପାଇଁ ଡ୍ରାଇଭର ଭାବେ କାର୍ଯ୍ୟ କରିଥିଲେ। ପରେ ମନୋଜ ବରୁଣଙ୍କ ପାଇଁ ଗାଡି ଚଳାଇବା ଆରମ୍ଭ କଲେ। ମନୋଜ ସାହୁ ଗତ 25 ବର୍ଷ ଧରି ଧୱନ ପରିବାର ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ। ମନୋଜଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ସେ ମୋ ପାଇଁ ସବୁକିଛି ଥିଲେ: ବରୁଣ ଧୱନ

ଡ୍ରାଇଭର ମନୋଜଙ୍କ ମୃତ୍ୟୁରେ, ବରୁଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, 'ମନୋଜ ଗତ 26 ବର୍ଷ ଧରି ମୋ ଜୀବନରେ ଥିଲେ, ସେ ମୋ ପାଇଁ ସବୁକିଛି ଥିଲେ, ଦୁଃଖ ବ୍ୟକ୍ତ କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ । କାମ, କଠିନ ପରିଶ୍ରମ ପାଇଁ ସବୁବେଳେ ମନେ ରହିବେ, ମୁଁ ତାଙ୍କ ପାଇଁ ସର୍ବଦା କୃତଜ୍ଞ ରହିବି ମନୋଜ ଦାଦା ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.