ମୁମ୍ବାଇ: ବି-ଟାଉନର ହଟ ଆକ୍ଟର ବରୁଣ ଧୱନ ଆଜି 33 ବର୍ଷରେ ପଦାର୍ପଣ କରିଛନ୍ତି। ଲକଡାଉନ ପାଇଁ ନିଜ ଜନ୍ମଦିନ ସେ ପରିବାର ସହ ସେଲିବ୍ରେଶନ କରୁଛନ୍ତି । ଦେଶକୁ ବର୍ତ୍ତମାନ କୋରୋନା ଭାଇରସ ପାଇଁ ଲକଡାଉନ କରାଯାଇଛି । ଏଥିନିମନ୍ତେ ସେ ଜନ୍ମଦିନ ଅବସରରେ ହୋମମେଡ କେକ କାଟିଛନ୍ତି। ସେ ଇନଷ୍ଟାଗ୍ରାମରେ ହାର୍ଟ-ଶେପ ଚକଲେଟ କେକର ଫଟୋ ମଧ୍ୟ ସେୟାର କିରଛନ୍ତି।
ସେହିପରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାରେ ଲାଗିଛନ୍ତି ତାଙ୍କ ବନ୍ଧୁବାନ୍ଧବ ଓ ସେଲିବ୍ରିଟି। ବରୁଣ କେକ ସହ ସେହି ସେଲିବ୍ରିଟିଙ୍କ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି, ଯିଏ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
- " class="align-text-top noRightClick twitterSection" data="
">
ତାଙ୍କ କୋ-ଷ୍ଟାର ନୋରା ଫତେହୀ ଏକ ସୁନ୍ଦର ଫଟୋ ସେୟାର କରି ବର୍ଥଡେ ୱିସ କରିଛନ୍ତି। ସେହିପରି ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଜରିଆରେ ବଲିଉଡରେ ବରୁଣଙ୍କୁ ଆଣିଥିବା ନିର୍ମାତା କରନ ଜୋହର ମଧ୍ୟ ସୋସିଆଲ ମିଡିଆରେ ଶାନଦାର ଶୁଭେଚ୍ଛା ଜଣାଇଛନ୍ତି ।
କରନ, ବରୁଣଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖାଯାଇଛି ଜନ୍ମଦିନର ଶୁଭେଚ୍ଛା ମୋ ପାଗଳ ସ୍ନେହର ଛୁଆ। ସବୁଠାରୁ ମଜାଦାର କଥା ହେଲା ଯେ ଫଟୋରେ ବରୁଣଙ୍କୁ କରନ କିସ୍ କରୁଥିବାର ନଜର ଆସୁଛନ୍ତି।
ଅନ୍ୟପଟେ ତାଙ୍କ ବନ୍ଧୁ ତଥା ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଏକ ପୁରୁଣା ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଥାଉକି ଲକଡାଉନ ସମୟରେ ମଧ୍ୟ ବରୁଣ ନିଜ ବର୍ଥଡେ ଏକୁଟିଆ ସେଲିବ୍ରେଟ କରିବେ ନାହିଁ। ତାଙ୍କୁ ଏତେ ପ୍ରେମ ଦେଇଥିବା ଫ୍ୟାନ୍ସଙ୍କ ସହ ସେ ଶୁକ୍ରବାର ଅପରାହ୍ନ 4ଟାରେ ଇନଷ୍ଟାଗ୍ରାମରେ ଲାଇଭ ଆସି ବର୍ଥଡେ ସେଲିବ୍ରେଟ କରିବେ। ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଦେଇଛନ୍ତି।
ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ସାରା ଅଲ୍ଲୀ ଖାନଙ୍କ ସହ ଫିଲ୍ମ ‘କୁଲି ନଂ 1’ରେ ନଜର ଆସିବେ। ଯାହାର ସୁଟିଂ ଲକଡାଉନ ପୂର୍ବରୁ କରିସାରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ତାଙ୍କ ପିତା ତଥା ଫେମସ ନିର୍ମାତା ଡେଭିଡ ଧୱନ। ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ କରିସ୍ମା କପୁରଙ୍କ ସୁପରହିଟ୍ ଫିଲ୍ମ ‘କୁଲି ନଂ 1’ର ଏହାର ରିମେକ ଫିଲ୍ମ।