ଭୁବନେଶ୍ୱର: ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଶେଷ ଦିନ ଭାଲେଣ୍ଟାଇନ ଡେ'। ଆଜିର ଦିନରେ ସେଲିବ୍ରେସନ ମୁଡରେ ରହିଛନ୍ତି ପ୍ରେମୀଯୁଗଳ। କିଏ ଫୁଲ, ଚକୋଲେଟ ଦେଇ ଶୁଭେଚ୍ଛା ଜ୍ଞାପନ କରୁଛି ତ ଆଉ କିଏ ହୋଟେଲ ଯାଇ ସେଲିବ୍ରେସନ କରୁଛି। ପ୍ରେମୀଯୁଗଳଙ୍କୁ ନିଆରା ଭାବରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ମାଇକ୍ରୋ ଆର୍ଟିଷ୍ଟ ଶିବାଶିଷ।
ଶିବାଶିଷ ପେନସିଲ ମାଧ୍ୟମରେ ପ୍ରେମୀଯୁଗଳଙ୍କ ଏକ ପ୍ରତିମୂର୍ତ୍ତୀ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ମାତ୍ର 2 ସେଣ୍ଟିମିଟର। ଏହାକୁ ତିଆରି କରିବା ପାଇଁ ତାଙ୍କୁ ପାଖାପାଖି 6ରୁ 7 ଘଣ୍ଟା ଲାଗିଥିଲା।
ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ