ମୁମ୍ବାଇ: ରବିବାର ଦିନ ଅଭିନେତ୍ରୀ ବାଣୀ କପୁର ନିଜର 32 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ବାଣୀ କହିଛନ୍ତି, ମୋର ଜନ୍ମଦିନ ମୋର ପିତାମାତା ଏବଂ ଭଉଣୀଙ୍କ ବିନା ଅଧୁରା ଅଟେ । କିନ୍ତୁ ଭିଡିଓ କଲ୍ ମାଧ୍ୟମରେ ମୁଁ ମୋ ପରିବାର ସହିତ ଜୋଡି ହୋଇ ରହିବି । ସେମାନେ ମୋର ଶକ୍ତିର ସ୍ତମ୍ଭ ଅଟନ୍ତି । ତେଣୁ ମୁଁ ଏ ବର୍ଷ ସେମାନଙ୍କୁ ବହୁତ ମିସ୍ କରୁଛି । ସେମାନେ ଘରେ ନିରାପଦ ଏବଂ ସୁସ୍ଥ ରୁହନ୍ତୁ । ଆଶା କରୁଛି ଆସନ୍ତା ବର୍ଷ ଆମେ ଏକାଠି ଅନେକ ସମୟ ଅତିବାହିତ କରିବୁ ।
ଆଗାମୀ ସମୟରେ, ବାଣୀ ଅଭିନେତା ଅକ୍ଷୟ କୁମାରଙ୍କ ସହ 'ବେଲବଟମ୍' ରେ ନଜର ଆସିବେ ।
ଏହା ବ୍ୟତୀତ ବାଣୀ ଚଳଚ୍ଚିତ୍ର ଶମସେରରେ ରଣବୀର କପୁରଙ୍କ ସହିତ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ