ମୁମ୍ବାଇ: ଅଭିନେତ୍ରୀ ବାଣୀ କପୁର ଆଗାମୀ ସମୟରେ ବାୟୋପିକରେ କାମ କରିବାକୁ ଚାହାଁନ୍ତି । ପରଦାରେ ମହାକାଶଚାରୀ କଳ୍ପନା ଚାୱଲାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି ।
ବାଣୀ କହିଛନ୍ତି, କଳ୍ପନା ଚାୱଲା ବିଶ୍ବର ମହିଳାମାନଙ୍କ ପାଇଁ ଏକ ରୋଲ ମଡେଲ । ସେ ସମସ୍ତଙ୍କୁ ପ୍ରେରଣା ଦେଇଥାନ୍ତି । ମୁଁ ଜଣେ କଳାକାର ଭାବରେ ଏକ ରିସ୍କ ନେବାକୁ ଚାହେଁ । ମୁଁ ପ୍ରକୃତରେ ପରଦାରେ ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛି । ଏହା ଅତ୍ୟନ୍ତ ସମ୍ମାନଜନକ ଅଟେ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଇଣ୍ଡଷ୍ଟ୍ରିର କିଛି ସର୍ବୋତ୍ତମ ବ୍ୟକ୍ତିଙ୍କ ସହ କାମ କରିଛି । ମୋତେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି ।
ବାଣୀ 'ଶୁଦ୍ଧ ଦେଶୀ ରୋମାନ୍ସ' ରେ ଏକ ଛୋଟ ସହରର ଝିଅର ଭୂମିକା, ଏବଂ 'ବେଫିକ୍ରେ'ରେ ଜଣେ ଫାର୍ସୀ ଝିଅର ଭୂମିକାରେ ଅଭିନୟ କରିଛନ୍ତି ।
ପରବର୍ତ୍ତା ସମୟରେ, ବାଣୀ ରଣବୀର କପୁରଙ୍କ ସହ ଫିଲ୍ମ 'ସମଶେର'ରେ ଏବଂ ଅକ୍ଷୟ କୁମାରଙ୍କ ସହ 'ବେଲ ବଟମ'ରେ ନଜର ଆସିବେ ।