ETV Bharat / sitara

'ମୋର ଆଗାମୀ ଫିଲ୍ମଗୁଡିକ ପ୍ରେକ୍ଷାଳୟରେ ରିଲିଜ ହେବ ବୋଲି ଆଶା' - vaani-kapoor-hopes

ଗତ ବର୍ଷ ମହାମାରୀ ହେତୁ ଅନେକ ବଡ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନଥିଲା । ଏବେ ବାଣୀ ଆଶା କରୁଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

vaani-kapoor-hopes-this-is-the-year-of-big-screen-entertainers
'ଆଶା କରୁଛି ମୋର ଆଗାମୀ ଫିଲ୍ମଗୁଡିକ ପ୍ରେକ୍ଷାଳୟରେ ହେବ ରିଲିଜ'
author img

By

Published : Jan 29, 2021, 6:09 AM IST

ମୁମ୍ବାଇ: ଗତ ବର୍ଷ ମହାମାରୀ ହେତୁ ଅନେକ ବଡ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନଥିଲା । ଏବେ ଅଭିନେତ୍ରୀ ବାଣୀ କପୁର ଆଶା କରୁଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଆଗାମୀ ସମୟରେ ବାଣୀଙ୍କୁ 'ଶ୍ୟାମଶେରା', 'ବେଲବଟମ' ଏବଂ 'ଚଣ୍ଡିଗଡ଼ କରେ ଆଶିକୀ' ଭଳି ଫିଲ୍ମରେ ଦେଖିବାକୁ ମିଳିବ । ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ସମସ୍ତ ତିନୋଟି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ତାଙ୍କୁ 2019 ବ୍ଲକ୍ବଷ୍ଟର 'ଓ୍ବାର'ରେ ବଡ ପରଦାରେ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ କହିଛନ୍ତି, 'ମୁଁ ଆଶା କରୁଛି ଏହା ବଡ ପରଦାରେ ମନୋରଞ୍ଜନର ଏକ ବର୍ଷ ହେବ ! ଲୋକମାନେ ଭାଇରସରୁ ମୁକ୍ତି ପାଇବା ପାଇଁ ଟିକା ନେଉଛନ୍ତି । ଏବେ ଲୋକମାନେ ଧିରେ ଧିରେ ପୁରୁଣା ଟ୍ରାକକୁ ଫେରିଯିବାକୁ ଚାହାଁନ୍ତି' । କମ୍ୟୁନିଟି ସେଲିବ୍ରେସନ୍ ଏକ ବଡ଼ ଆକାରରେ ଫେରି ଆସିବ ଏବଂ ଭାରତୀୟମାନଙ୍କ ପାଇଁ ବନ୍ଧୁ ଏବଂ ପରିବାର ସହିତ ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଥିଏଟରକୁ ଯିବା ବହୁତ ବଡ଼ କଥା । ଏହି ବର୍ଷ ଏକ ବଡ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ।

ବାଣୀ ଅନୁଭବ କରିଛନ୍ତି ଯେ ନୂଆ ବିଷୟବସ୍ତୁ ଲୋକଙ୍କୁ ଥିଏଟରକୁ ଫେରାଇ ଆଣିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ, କାରଣ ମୁଁ ଆଶା କରୁଛି ଯେ ମହାମାରୀ ସମୟରେ ଦର୍ଶକଙ୍କ ଟେଷ୍ଟ ବଦଳି ଯାଇଥାଇପାରେ' । ଦର୍ଶକ ନୂଆ ଏବଂ ସତେଜ ଚଳଚ୍ଚିତ୍ର ଦେଖିବାକୁ ଚାହାଁନ୍ତି ତେଣୁ ମୁଁ ନିଶ୍ଚିତ ଯେ ରିଲିଜ୍ ପାଇଁ ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକ ସେମାନଙ୍କ ଆଶା ପୂରଣ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.