ମୁମ୍ବାଇ:ଆଇଏମଜି ଭେଞ୍ଚର ମାମଲାରେ ନ୍ୟାସନାଲ କମିଶନ ଫର ଓ୍ବମେନ (ଏନସିଡବ୍ଲୁ) ନୋଟିସରେ ଅଭିନେତ୍ରୀ ଉର୍ବଶୀ ରାଉତେଲା ପ୍ରତିକ୍ରିୟା ରଖିଛନ୍ତି ।
ଆଇଏମଜି ଭେଞ୍ଚର ସନ୍ନି ବର୍ମାଙ୍କ ପ୍ରମୋଟରଙ୍କ ବିରୋଧରେ ପିପୁଲ୍ସ ଏଗେଷ୍ଟ ରେପ୍ ଇନ୍ ଇଣ୍ଡିଆ (ପରୀ)ର ପ୍ରତିଷ୍ଠାତା ଯୋଗିତା ଭାୟାନାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।
ଅଭିଯୋଗ ଅନୁଯାୟୀ, ମଡେଲିଂରେ ସୁଯୋଗ ଦେବା ବାହାନା କରି ବର୍ମା ଅନେକ ମହିଳାଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ କରୁଛନ୍ତି। ଉର୍ବଶୀ ବଲିଉଡ ସେଲିବ୍ରିଟିମାନଙ୍କ ମଧ୍ୟରେ ଅଛନ୍ତି ଯାହାର ନାମ ଆଇଏମଜି ସହିତ ଲିଙ୍କ୍ ହୋଇଛି ।
ଉର୍ବଶୀ କହିଛନ୍ତି, ଏହି ଆଶ୍ଚର୍ଯ୍ୟଜନକ ଘଟଣା ଏବଂ ଆଇଏମଜି ଭେଞ୍ଚରରେ ଏହି ସମ୍ବେଦନଶୀଳ ଅଭିଯୋଗ ପରେ ମୁଁ ବହୁ ଅପବାଦ ପାଇଛି । ନଭେମ୍ବରରେ ଜଣେ ସେଲିବ୍ରିଟି ଜ୍ୟୁରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ଏକ ଗ୍ରାଉଣ୍ଡ ଫିନାଲ୍ ଇଭେଣ୍ଟରେ ମୋର କ୍ଲାଇଣ୍ତଙ୍କ ସହ ମୋର ଅଫିସିଆଲ ଯୋଗଦାନ ଥିଲା । ମୁଁ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟାରେ ଜଡିତ ନଥିଲି, ଏବଂ କାର୍ଯ୍ୟକ୍ରମର ପରିଚାଳନା ଏବଂ ଏହି ଅଭିଯୋଗ ହୋଇଥିବା ବିଷୟରେ ମୁଁ କିଛି ଜାଣି ନଥିଲି ।
ଇଭେଣ୍ଟର ମାଲିକଙ୍କ ଉପରେ ଦିଆଯାଇଥିବା ଅଭିଯୋଗରେ ଆମେ ଦୁଖିତ। ଏହା ସୋସିଆଲ ମିଡିଆରେ ନିକଟରେ ପ୍ରକାଶ ପାଇଥିଲା ଏବଂ ଆମେ ଏପରି କାର୍ଯ୍ୟ ତଥା ଆଚରଣକୁ ନିନ୍ଦା କରୁଛୁ ଯାହା ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉ ଯେ, କମ୍ପାନୀ ଦ୍ୱାରା ଶିକାର ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଉର୍ବଶୀ ସହାନୁଭୂତି ଦେଖାଉଛନ୍ତି ଏବଂ ସେ ସେମାନଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ