ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ବିକ୍କୀ କୌଶଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଉରି: ଦ ସର୍ଜ୍ରିକାଲ ଷ୍ଟ୍ରାଇକ’ ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମରେ ସାମିଲ ଅଛି । ଫିଲ୍ମରେ ଅଭିନୟ କରି ସଫଳତାର ପାହଚ ଚଢିଥିବା ବିକ୍କୀ ସବୁବେଳେ ନିଜ ଫିଲ୍ମକୁ ନେଇ ସଜାଗ ରୁହନ୍ତି । ‘ଉରି’ ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ହୃଦୟ କିଣିବା ସହ ନିଜକୁ ଟପ ହିରୋ ତାଲିକାରେ ସାମିଲ କରିବାରେ ସଫଳ ହୋଇଥିଲେ ।
ନିକଟରେ ତଥା କାରଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ‘ଉରି’ ଫିଲ୍ମକୁ 500ଟି ସିନେମାଘରେ ଦ୍ବିତୀୟଥର ରିଲିଜ କରାଯାଇଥିଲା । ଯାହା ପାଇଁ ଗର୍ବିତ ଅନୁଭବ କରି ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଇତିମଧ୍ୟରେ ସେ ଇଣ୍ଡିଆନ ଆର୍ମିଙ୍କ ସହ ସମୟ ବିତାଇଥିବାର ନଜର ଆସୁଛନ୍ତି । ‘ମଶାନ’ ଷ୍ଟାର ବିକ୍କୀ ଦ୍ବିତୀୟ ଥର ମିଲିଟାରୀ ୟୁନିଫର୍ମ ପିନ୍ଧିଥିବାର ଦେଖାଯାଉଛନ୍ତି, ଆଉ ଯାହାକୁ ନେଇ ସେ ଖୁବ୍ ଗର୍ବିତ। ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଇଣ୍ଡିଆନ ଆର୍ମିଙ୍କ ସହ ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋଟିକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ଆମ ଭାରତୀୟ ସେନାଙ୍କ ସହ କିଛି ଦିନ ବିତାଇବାର ଅବସର ପ୍ରାପ୍ତ କରିବା ପାଇଁ 14,000 ଫିଟ ଉଚ୍ଚତା ତୱାଙ୍ଗ, ଅରୁଣାଚଳ ପ୍ରଦେଶର ଇଣ୍ଡୋ-ଚାଇନ ସୀମାରେ ମୁତାୟନ ହେବାର ସୁଯୋଗ ମିଳିଥିବାରୁ ଖୁବ୍ ଉତ୍ସାହିତ। ’’
ଯଦି ବିକ୍କୀଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ମଲ୍ଟି ଷ୍ଟାରର ପିରିୟଡ ଡ୍ରାମା ଫିଲ୍ମ ‘ତଖ୍ତ’ରେ ନଜର ଆସିବେ। ଏହାସହ ସେ ଏକ ହରର ଫିଲ୍ମ ‘ଭୂତ ପାର୍ଟ ୱାନ-ଦ ହଣ୍ଟେଡ ସିପ’ର ସୁଟିଂ କରିବାକୁ ପ୍ରସ୍ତୁତ ହୋଇସାରିଲେଣି।