ମୁମ୍ବାଇ: ଲୋକପ୍ରିୟ କବି ଆନନ୍ଦ ମୋହନ ଜୁତ୍ସୀ 94 ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନୋଏଡା ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା । ଦୁଃଖଦାୟକ କଥା ହେଲା ଯେ ସେ କୋରୋନା ସଂକ୍ରମଣକ ଉପରେ ବିଜୟ ହାସିଲ କରି ଘରକୁ ଫେରିଥିଲେ । ହେଲେ ଜୀବନ ଯାତ୍ରାରେ ସେ ହାରିଯାଇଛନ୍ତି । ସେ ଗୁଲଜାର ଦେହଲଭି ନାମରେ ମଧ୍ୟ ସେ ଫେମସ ।
ତାଙ୍କ ମୃତ୍ୟୁର ସୂଚନା ଦେଇ ତାଙ୍କ ପୁଅ ଅନୁପ ଜୁତ୍ସୀ କହିଛନ୍ତି ଯେ ଜୁନ 7ରେ ତାଙ୍କ କୋରୋନା ରିପୋର୍ଟ ଦ୍ବିତୀୟଥର ନେଗେଟିଭ ବାହାରିଥିଲା । ଯାହାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଶିକ୍ରବାର ଏକାଠି ମିଶି ଦ୍ବିପହରରେ ସମସ୍ତେ ଭୋଜନ କରିଥିଲୁ । ଭୋଜନର କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଥିଲା ।
ପ୍ରକାଶ ଥାଉକି ଆନନ୍ଦ ମୋହନ 7 ଜୁଲାଇ 1926 ରେ ଜନ୍ମଗ୍ରହଣ କରିଥିଲେ । ଉର୍ଦ୍ଦୁ କବିତା ଏବଂ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । 2009 ରେ, ତାଙ୍କୁ ମିର ତକି ମିର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା |