ETV Bharat / sitara

ଅଭିନେତା ଅନୁପମଙ୍କ ଚିକିତ୍ସା ପାଇଁ 20 ଲକ୍ଷ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

author img

By

Published : Aug 3, 2020, 6:26 PM IST

ଚର୍ଚ୍ଚାରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ସେ ଅନୁପମଙ୍କୁ ସହଯୋଗର ହାତ ବଢାଇଲେ । ସୂଚନା ଦେଲେ ଅଭିନେତା ମନୋଜ ଯୋଶୀ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମ ଓ ଟିଭି ଅଭିନେତା ଅନୁପମ ଶ୍ୟାମ ଦୀର୍ଘ ସମୟରୁ କିଡନି ସଂକ୍ରମିତରେ ଆକ୍ରାନ୍ତ ଅଛନ୍ତି । ନିକଟରେ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ତାଙ୍କ ଭାଇ ଅନୁରାଗ ଶ୍ୟାମ ସୋସିଆଲ ମିଡିଆରେ ଅନୁପମଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ମାଗିଥିଲେ । ତାଙ୍କ ଗୁହାରି ଶୁଣି ବଲିଉଡର କିଛି ସେଲିବ୍ରିଟିଙ୍କ ସହ ରାଜନେତା ସହଯୋଗର ହାତ ବଢାଇବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ମଧ୍ୟ ଅନୁପମଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଏହାର ସୂଚନା ଅଭିନେତା ମନୋଜ ଯୋଶୀ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଅନୁପମଙ୍କ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 20 ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି।’

  • अनुपम श्याम जी के इलाज के लिए उत्तरप्रदेश के माननीय मुख्यमंत्री @myogiadityanath जी ने 20 लाख रुपए की घोषणा की है। मैं हृदय की गहराईयों से आदरणीय योगी जी का आभार व्यक्त करता हूँ। pic.twitter.com/jfAzvJVqzm

    — Manoj Joshi (@actormanojjoshi) August 2, 2020 " class="align-text-top noRightClick twitterSection" data=" ">

ଏହାବ୍ୟତୀତ ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରଘୁରାଜ ପ୍ରତାପ ସିଂ ଉର୍ଫ ରାଜାଭୈୟା ମଧ୍ୟ ଅନୁପମଙ୍କୁ ସହଯୋଗର ହାତ ବଢାଇଥିଲେ । ସେ ତାଙ୍କ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କା ଦାନ କରିଛନ୍ତି । ପ୍ରକାଶ ଥାଉକି ବର୍ତ୍ତମାନ ଅନୁପମଙ୍କ ଚିକିତ୍ସା ମୁମ୍ବାଇର ଲାଇଫଲାଇନ ମେଡିକାଲରେ ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.