ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟ୍ୟନ କହିଛନ୍ତି ଯେ ଗୋଟିଏ ଫିଲ୍ମରେ ଦୁଇଟି ଚରିତ୍ରରେ ଅଭିନୟ କରିବା ବହୁତ କଷ୍ଚକର ଅଟେ । ଫିଲ୍ମ ଲଭ ଆଜ କଲରେ ମତେ ଭୀର ଏବଂ ରଘୁ ଭଳି ଦୁଇଟି ଚରିତ୍ରରେ ଅଭିନୟକୁ କରିବାକୁ ଦେଇଥିବାରୁ ମୁଁ ଫିଲ୍ମର ନିର୍ଦ୍ଦେଶକ ଇମତିଆଜ ଅଲିଙ୍କୁ ଧନ୍ୟବାଦ ଜଣାଉଛି । କାର୍ତ୍ତିକ ଲଭ ଆଜ କଲର ଏକ ଷ୍ଟିଲ ଏବଂ ଇମତିଆଜ ଅଲିଙ୍କ ସହ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋରେ କାର୍ତ୍ତିକ ଲେଖିଛନ୍ତି ଯେ, ଯେତେବେଳେ ଆପଣ ପ୍ରଥମେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସ୍ୱପ୍ନ ଦେଖନ୍ତି, ସେତେବେଳେ ଆପଣ ଦର୍ପଣ ସାମ୍ନାରେ ନିଜର ଅଭିନୟର ଶୈଳୀକୁ ବଢାଇବା ପାଇଁ ଚେଷ୍ଟା କରନ୍ତି । ସେତେବଳେ ଚଳଚ୍ଚିତ୍ର ଜଗତ ଯାଦୁକର ମନେହୁଏ । ଯେତେବେଳେ ଆପଣ ଏକ ଚଳଚ୍ଚିତ୍ର ପାଆନ୍ତି ଏବଂ ଆପଣ ପ୍ରଥମ ଥର କ୍ୟାମେରା ସାମ୍ନନାରେ ଅଭିନୟ କରନ୍ତି ସେତେବେଳେ ସବୁ ସ୍ୱପ୍ନ ପୂରଣ ହେଲା ଭଳି ଲାଗେ ।
ଏହାପରେ ଏହା ଏକ ଖୁସିର ବିଷୟ ମୋ ପାଇଁ କି ମୁଁ ଇମତିଆଜ ଅଲିଙ୍କ ଏକ ଚଳଚ୍ଚିତ୍ର ପାଇଛି । ଯେଉଁଥିରେ ମୁଁ ଦୁଇଟି ଚରିତ୍ରରେ ଅଭିନୟ କରିଛି ଏବଂ ଲଭ ଆଜ କଲରେ ମୋର ସର୍ବୋତ୍ତମ ଅଭିନୟ ଥିଲା । କାର୍ତ୍ତିକ ଆହୁରି କହିଛନ୍ତି ଯେ, ମୁଁ ଇଣ୍ଡଷ୍ଟ୍ରିରେ କିଛି ପ୍ରିୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅଧିକ ସମ୍ମାନ କରେ । ଇମତିଆଜ ଅଲିଙ୍କ ଲଭ ଆଜ କଲରେ ମୁଁ ଅତ୍ୟଧିକ ପରିଶ୍ରମ କରିଥିଲି । # ଭୀର # ରଘୁ ।
କାର୍ତ୍ତିକ ଇମତିଆଜ ଅଲିଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ "ଯାଦୁଗର" ବୋଲି କହିଥିଲେ । @imtiazaliofficial #LoveAajKal । ଚଳିତ ବର୍ଷ ଭାଲେଣ୍ଟାଇନ ଡେରେ ମୁକ୍ତିଲାଭ କରିଥିବା କାର୍ତ୍ତିକଙ୍କ ସହ ସାରା ଅଲି ଖାନ ଲଭ ଆଜ କଲରେ ଅଭିନୟ କରିଥିଲେ । ଲଭ ଆଜ କଲ 2020 ବକ୍ସ ଅଫିସରେ ଆଶାଠାରୁ ବହୁତ କମ ବ୍ୟବସାୟ କରିଥିଲା ଏବଂ ଏହି ଫିଲ୍ମକୁ ଲୋକମାନେ ମଧ୍ୟ ବହୁତ ସମାଲୋଚନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ