ETV Bharat / sitara

ବୋନୀ କପୁରଙ୍କ ଘରେ ଆଉ ଦୁଇ କୋରୋନା ସଂକ୍ରମିତ

author img

By

Published : May 22, 2020, 7:36 PM IST

ଜାହ୍ନବୀ କପୁରଙ୍କ ଘରେ ପୁଣି ବାହାରିଲେ କୋରୋନା ପଜେଟିଭି। ପୂର୍ବରୁ ସାମ୍ନାକୁ ଆସିଥିଲେ ଆଉ ଜଣେ ସଂକ୍ରମିତ।

ବୋନୀ କପୁରଙ୍କ ଘରେ ଆଉ ଦୁଇ କୋରୋନା ସଂକ୍ରମିତ
ବୋନୀ କପୁରଙ୍କ ଘରେ ଆଉ ଦୁଇ କୋରୋନା ସଂକ୍ରମିତ

ମୁମ୍ବାଇ: ବଢିଚାଲିଛି ବିଶିଷ୍ଟ ନିର୍ମାତା ବୋନି କପୁରଙ୍କ ଚିନ୍ତା । ନିକଟରେ ତାଙ୍କ ଘରର 23 ବର୍ଷିୟ ଜଣେ ଷ୍ଟାଫଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଥିଲା । ଯାହାପରେ ପୁରା ପରିବାର ନିଜକୁ ହୋମ କ୍ବାରେଣ୍ଟିନରେ ରଖିବାର ନିଷ୍ପତ୍ତି ନେଇଥିଲା । ହେଲେ ଏବେ ପୁଣି କପୁର ପରିବାର ଚିନ୍ତା ଦୁଇଗୁଣ ବଢିଯାଇଛି। କାରଣ ତାଙ୍କ ଘରର ଆଉ ଦୁଇ ଷ୍ଟାଫ କୋରୋନା ସଂକ୍ରମିତ।

ୱଶିୱାଲା ପୋଲିସ ଷ୍ଟେସନ ପିଆଇ ଦୟାନନ୍ଦ ବଙ୍ଗର ଏହି ଖବର ସୂଚନା ଦେଇଛନ୍ତି । ପ୍ରଥମେ ପଜେଟିଭ କେସ ଦେଖି ଅନ୍ୟ ଷ୍ଟାଫଙ୍କର ଟେଷ୍ଟ କରାଯାଇଥିଲା । ଏହା ସଂକ୍ରମିତ କଥା ଜଣାପଡିଥିଲା।

ତାଙ୍କ ଘରେ ପ୍ରଥମ କୋରୋନା ପଜେଟିଭ ବାହାରିବା ପରେ ବୋନି କହିଥିଲେ ଯେ ବର୍ତ୍ତମାନ ସେ ନିଜ ଝିଅଙ୍କ ସହ ଘରେ ସୁରକ୍ଷିତ ଅଛନ୍ତି। ଯେବେଠୁ ଲକଡାଉନ ଆରମ୍ଭ ହୋଇଛି, ସେହି ସମୟରୁ ସେ ବାହାରକୁ ବାହାରିନାହାଁନ୍ତି । ଆଶା କରୁଛନ୍ତି ଯେ ତାଙ୍କ ଷ୍ଟାଫ ଶୀଘ୍ର ସୁସ୍ଥ ହୋଇଯିବେ। କୋରୋନା ପଜେଟିଭ ସମ୍ପର୍କରେ ଆସିବାରୁ ସ୍ଥାନୀୟ ପ୍ରଶାସନ ତରଫରୁ ମିଳିଥିବା ପରାର୍ମଶ ଉପରେ ସମସ୍ତେ କାମ କରୁଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.