ମୁମ୍ବାଇ: ଜୁନ୍ 21ରେ ଫାଦର୍ସ ଡେ ପୂର୍ବରୁ ଟ୍ୱିଙ୍କଲ୍ ଖାନ୍ନା ତାଙ୍କ ସ୍ୱର୍ଗତ ପିତା ତଥା ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସ୍ମୃତିରେ ଏକ ପୋଷ୍ଟ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ପୋଷ୍ଟରେ ଟ୍ୱିଙ୍କଲ୍ ତାଙ୍କ ପିତାଙ୍କ ସହ ବିତାଇଥିବା ଅନେକ ମୁହୂର୍ତ୍ତକୁ ସତେଜ କରିଛନ୍ତି ।
ଏହି ପୋଷ୍ଟରେ ଟ୍ୱିଙ୍କଲ୍ ଲେଖିଛନ୍ତି, ମୋ ପାଇଁ ପିତାଙ୍କ ଦିବସ ସବୁବେଳେ ଡିସେମ୍ବରରେ ହେବ । ମୋ ବାପା ମୋ ମାଆଙ୍କୁ କହିଥିଲେ ଯେ, ମୁଁ ହେଉଛି ତାଙ୍କର ସର୍ବୋତ୍ତମ ଉପହାର । ଯାହା ମୋ ମାଆ ତାଙ୍କୁ ଦେଇଥିଲେ । ମୁଁ ତାଙ୍କର 31 ତମ ଜନ୍ମଦିନରେ ଦୁନିଆରେ ପ୍ରବେଶ କରିଥିଲି ।
ଟ୍ୱିଙ୍କଲ ତାଙ୍କ ୱେବସାଇଟ୍ ଟ୍ୱିକ୍ ଇଣ୍ଡିଆରେ ଲେଖିଛନ୍ତି, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ମୋତେ ମଦର ପ୍ରଥମ ସିପ୍, ମୋ ହାତରେ ସ୍କଚ୍ ଭରା ଏକ ଗ୍ଲାସ୍ ଦେଇଥିଲେ ।
ଟ୍ୱିଙ୍କଲ ଲେଖିଛନ୍ତି, ଯେତେବେଳେ ମୁଁ ଡେଟିଂ ଆରମ୍ଭ କଲି, ସେତେବେଳେ ମୋତେ ବାପା କହିଥିଲେ, ଯେ ଏମିତି ଏକ ସାଥୀ ଦେଖ ଯିଏକି ମୋ କୋଳରେ ଶୋଇବ ଏବଂ ମୁଁ ଗୋଟିଏ ପୁସ୍ତକରେ ଏକାଠି ଦୁହିଁଙ୍କ ଚେହେରା ଦେଖିପାରିବି । ଆହୁରି ମଧ୍ୟ ସେ କହିଥିଲେ ଜଣଙ୍କୁ ବୟଫ୍ରେଣ୍ତ କର ନାହିଁ । ଏକାଥରକେ ଚାରି ଜଣଙ୍କୁ ବୟଫ୍ରେଣ୍ତ କର । ଏମିତି କରିବା ଦ୍ବାରା ତମ ହୃଦୟକୁ କେହି କେବେ ଭାଙ୍ଗି ପାରିବେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ