ହାଇଦ୍ରାବାଦ: ଟ୍ବିଙ୍କଲ ଖାନ୍ନା ମଙ୍ଗଳବାର ତାଙ୍କ ପିତା ତଥା ଅଭିନେତା ରାଜେଶ ଖାନ୍ନାଙ୍କ 78 ତମ ଜନ୍ମ ବାର୍ଷିକୀରେ ଏକ ସ୍ପେଶାଲ ଫଟୋ ସେୟାର କରି ତାଙ୍କୁ ସ୍ମରଣ କରିଥିଲେ । ମଙ୍ଗଳବାର ଉଭୟଙ୍କ ଜନ୍ମଦିନ । ଏହି ଅବସରରେ ଟ୍ବିଙ୍କଲ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କୁ ମନେ ପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।
ନୋଟ୍ ସହିତ ସେ ତାଙ୍କ ପିତାଙ୍କ ସହ ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି ।
ନିଜର ପିଲାଦିନର ଏକ ମଜାଦାର କାହାଣୀ ବିଷୟରେ ମନେପକାଇ ଟ୍ବିଙ୍କଲ୍ ନୋଟ୍ ରେ ଲେଖିଛନ୍ତି ଯେ, ତାଙ୍କ ସୁପରଷ୍ଟାର ପିତା ତାଙ୍କୁ କିପରି ଟିନା ବାବା ବୋଲି କହୁଥିଲେ ଏବଂ ତାଙ୍କର ଲାଳନପାଳନ ତାଙ୍କ ଆଖପାଖର ଅନ୍ୟ ଝିଅମାନଙ୍କଠାରୁ ଭିନ୍ନ ଥିଲା ।
- " class="align-text-top noRightClick twitterSection" data="
">
ଟ୍ବିଙ୍କଲଙ୍କ ପାଇଁ ଫାଦର୍ସ ଡେ ସର୍ବଦା ଡିସେମ୍ବରରେ ହୋଇଥାଏ । ସେ କହିଥିଲେ ଯେ ଯେତେବେଳେ ସେ ଜନ୍ମ ହୋଇଥିଲେ ତାଙ୍କ ପିତା ପତ୍ନୀ ଡିମ୍ପଲ କପାଡିଆଙ୍କୁ କହିଥିଲେ ଯେ ଏହା ତାଙ୍କ ଜୀବନର ସର୍ବୋତ୍ତମ ଉପହାର ଅଟେ ।
ପ୍ରକାଶ ଥାଉ ଯେ, ରାଜେଶ ଖାନ୍ନା 29 ଡିସେମ୍ବର 1942 ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ 1966ରେ ମୁକ୍ତିଲାଭ କରିଥିବା 'ଆଖରୀ ଖତ' ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ସେ ଏକ ହିରୋ ଭାବରେ 106 ଟି ଫିଲ୍ମ କରିଛନ୍ତି । 18 ଜୁଲାଇ 2012 ରେ ତାଙ୍କର ଦେହାନ୍ତ ହୋଇଥିଲା ।