ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ହୁଏତଃ ଏବେ ବଲିଉଡ ଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ଟ୍ବିଙ୍କଲ ସବୁବେଳେ ଚର୍ଚ୍ଚାରେ ରହିବାର ସବୁଠାରୁ ବଡ କାରଣ ତାଙ୍କ ସୋସିଆଲ ମିଡିଆରେ ସକ୍ରିୟ ରହିବା ।
- " class="align-text-top noRightClick twitterSection" data="
">
ସେ ପ୍ରାୟତଃ ସାମାଜିକ, ରାଜନୈତିକ ଏବଂ ବଲିଉଡ ସମ୍ପର୍କୀୟ ବିଷୟ ଉପରେ ନିଜ ପକ୍ଷ ରଖିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇଥାଆନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କ ଏହି ଗୁଣରେ ପୁରାପୁରି ଫିଦା । ଇତିମଧ୍ୟରେ ଟ୍ବିଙ୍କଲ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସ୍ବାମୀ ଅକ୍ଷୟ ମଧ୍ୟ ନଜର ଆସୁଛନ୍ତି । ଦୁଇଜଣଙ୍କ ହାତରେ କାଚ ଗ୍ଲାସ ଦେଖିବାକୁ ମିଳୁଛି ।
ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ମୋ ଗ୍ଲାସ ସବୁବେଳେ ଅଧା ପୁରି ରହିଥାଏ । କିନ୍ତୁ ଯେତେବେଳେ ହଙ୍କ ଅକ୍ଷୟ ମୋ ପାଖରେ ଥାଆନ୍ତି ତେବେ ଗ୍ଲାସ ପୁରା ଭରା ଲାଗିଥାଏ ।"
ଟ୍ବିଙ୍କଲ ପ୍ରାୟତଃ ସୋସିଆଲ ମିଡିଆରେ ଅକ୍ଷୟଙ୍କ ଖୁବ୍ ପ୍ରଶଂସା କରୁଥିବାର ଦେଖାଯାଇଥାଆନ୍ତି । ଏଥର ମଧ୍ୟ ତାଙ୍କ ଭିନ୍ନ ଅନ୍ଦାଜକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି ।