ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପିଏମ ନରେନ୍ଦ୍ର ମୋଦିଙ୍କ ସହ ଖିଲାଡି କୁମାରଙ୍କ ସାକ୍ଷାତକାର ଟ୍ରେଣ୍ଡ କରୁଛି । ପିଏମଙ୍କ ପାଇଁ ସାମ୍ବାଦିକ ସାଜିଛନ୍ତି ଖିଲାଡୀ କୁମାର ଅକ୍ଷୟ । ଏକ ସ୍ପେଶାଲ ସାକ୍ଷାତକାର ନେଇ ମୋଦିଙ୍କ ବ୍ୟକ୍ତିଗତ ଜୀବନର ଆଲୋଚନା କରିଛନ୍ତି ଅକ୍ଷୟ । ଏହି କଥାବାର୍ତ୍ତା ସମୟରେ ପିଏମ ମୋଦି ଅକ୍ଷୟଙ୍କ ପତ୍ନୀ ଅର୍ଥାତ୍ ଟ୍ବିଙ୍କଲ ଖାନ୍ନାଙ୍କ ଟ୍ବିଟକୁ ନେଇ କଥା ହୋଇଥିଲେ । ଏବେ ଟ୍ବିଙ୍କଲ ମୋଦିଙ୍କୁ ଟ୍ବିଟ ଜରିଆରେ ଜବାବ ଦେଇଛନ୍ତି । ସବୁବେଳେ ସୋସିଆଲ ମିଡିଆରେଲ ଆକ୍ଟିଭ ରହୁଥିବା ଟ୍ବିଙ୍କଲ ଏକ ଟ୍ବିଟ କରି ଲେଖିଛନ୍ତି ଯେ, I have a rather positive way of looking at this-Not only is the Prime Minister aware that I exist but he actually reads my work.
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଅକ୍ଷୟଙ୍କ ସହ ସାକ୍ଷାତକାରରେ ମୋଦି କହିଥିଲେ ଯେ, ସେ ତାଙ୍କ ଟ୍ବିଟର ପଢିବା ସହ ଟ୍ବିଙ୍କଲଙ୍କ ମଧ୍ୟ ଟ୍ବିଟ ପଢନ୍ତି । ସେ ଆହୁରି କହିଥିଲେ କି ତାଙ୍କ ପାଇଁ ଅକ୍ଷୟଙ୍କ ଘରେ ଝଗଡା ହେଉ ନଥିବ । କାରଣ ଟ୍ବିଙ୍କଲ ଟ୍ବିଟର ଜରିଆରେ ମୋଦିଙ୍କୁ କରନ୍ତି ଟାର୍ଗେଟ । ଅକ୍ଷୟଙ୍କ ପାରିବାରିକ ଶାନ୍ତିର କାରଣ ସେ ନିଜକୁ କହିଥିଲେ । ଏହି କଥା ଶୁଣି ଅକ୍ଷୟ ଖୁବ୍ ଜୋର ହସିଥିଲେ ।