ETV Bharat / sitara

ବଲିଉଡ ଡ୍ରଗ୍ସ କେସ: ଆଉ କିଛି ସେଲିବ୍ରିଟିଙ୍କୁ ମିଳିପାରେ NCBର ସମନ

author img

By

Published : Apr 3, 2021, 11:14 AM IST

ବଲିଉଡ ଡ୍ରଗ୍ସ କେସରେ ସାମ୍ନାକୁ ଆସିଲା ବଡ ଖବର । ବଲିଉଡ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ଡ୍ରଗ୍ ଯୋଗାଉଥିଲେ ଗିରଫ ହୋଇଥିବା ଏଜାଜ । ଏବେ ଏନସିବି ପଠାଇବ ସମସ୍ତଙ୍କୁ ସମନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ବଲିଉଡ ଡ୍ରଗ୍ସ କେସରେ ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଧରାପଡିଥିଲେ ଅଭିନେତା ଏଜାଜ ଖାନ । ଡ୍ରଗ୍ସ ଯୋଗାଣ ରାକେଟ ମାମଲାରେ ଗିରଫ ହେବା ପରେ ଅରାଜଙ୍କୁ ଏନସିବି ଦ୍ବାରା ଜୋରଦାର ପଚରାଉଚରା କରାଯାଉଛି । ଏନସିବି ଦାବି କରିଛି ଯେ ସେ ବଲିଉଡ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ଡ୍ରଗ୍ ଯୋଗାଉଥିଲେ।

ଏନସିବି ସୂତ୍ର ଅନୁଯାୟୀ, ଯେଉଁମାନଙ୍କ ପାଇଁ ଅଜାଜ ଡ୍ରଗ୍ସ ଯୋଗାଉଥିଲେ ସେମାନଙ୍କ ମଧ୍ୟରେ କିଛି ଅଭିନେତା ଏବଂ ଅଭିନେତ୍ରୀ ଓଟିଟି ପ୍ଲାଟଫର୍ମର ମାଲିକ ଏବଂ ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଅଛନ୍ତି। ଏନସିବି ଏଭଳି ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରୁଛି ଏବଂ ଅଜାଜ ଦେଇଥିବା ସୂଚନା ଆଧାରରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯିବାର ସମ୍ଭାବନା ମଧ୍ୟ ରହିଛି ।

ନଭି ମୁମ୍ବାଇର ବେଲାପୁରର ଏକ ହୋଟେଲରୁ ଡ୍ରଗ୍ସ ମାମଲାରେ ଏନସିବି ଏଜାଜଙ୍କୁ ଗିରଫ କରିଥିଲା। ଏନସିବି ଦେଇଥିବା ଦାବି ଅନୁଯାୟୀ, ଅଜାଜ ବଲିଉଡ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ବହୁ ହାଇପ୍ରୋଫାଇଲ ଲୋକଙ୍କୁ ଡ୍ରଗ୍ ଯୋଗାଇବାରେ ସକ୍ରିୟ ଥିଲେ।

ପ୍ରକାଶ ଥାଉକି ଡ୍ରଗ୍ ବେପାରୀ ଫାରୁଖ ବାଟାଟା ଏବଂ ତାଙ୍କ ପୁଅ ଶାଦବ ବଟାଟାଙ୍କୁ ଏନସିବି ଦ୍ବାରା ପଚରାଉଚରା ବେଳେ ଅଜାଜଙ୍କ ନାମ ସାମ୍ନାକୁ ଆସିଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଜାଜ ନେଟୱାର୍କର ଜଣେ ସଦସ୍ୟ ଥିଲେ ଯାହା ଏହି ଦୁଇ ଡ୍ରଗ୍ ବେପାରୀଙ୍କ ଦ୍ବାରା ପରିଚାଳିତ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.