ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ପୂରଣ ହୋଇଛି । ସେ ଜୁନ 14 ତାରିଖରେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ତଦନ୍ତ ଏଯାବତ ମୁମ୍ବାଇ ପୋଲିସ କରୁଛି । ଏହି କେସରେ ପୋଲିସ ଅନେକ ଲୋକଙ୍କ ବୟାନ ରେକର୍ଡ ମଧ୍ୟ କରିସାରିଲାଣି । ହେଲେ ଅନ୍ୟପଟେ ଫେମସ ନିର୍ମାତା ଏକତା କପୁର ପୁଣିଥରେ ତାଙ୍କ ପାଇଁ ଚର୍ଚ୍ଚାରେ ଆସିଛନ୍ତି ।
ଏକତା ତାଙ୍କୁ ମନେ ପକାଇ ଖାସ୍ କଥା ସୋସିଆଲ ମିଡିଆରେ ଲେଖିଛନ୍ତି। ସେ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହ ଅନେକ ଫଟୋ ସେୟାର କରି ନିଜ ପ୍ରେମ ତାଙ୍କ ପାଇଁ ପ୍ରକାଶ କରିଛନ୍ତି ।
ସେହିପରି ପୋଷ୍ଟରେ ସେ ଲେଖିଛନ୍ତି, ‘ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଆମେ ସବୁବେଳେ ଖୁସିରେ ରହିବୁ ଆଉ ଯେବେ ମଧ୍ୟ ଆକାଶରେ ସୁଟିଂ ଷ୍ଟାର ଦେଖିବୁ ୱିଶ ମାଗିବୁ । କାରଣ ମୁଁ ଜାଣିଛି ସେହି ସୁଟିଂ ଷ୍ଟାର ତୁମ ଥିବ । ସବୁବେଳେ ତୁମକୁ ପ୍ରେମ କରିବି।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସୁଶାନ୍ତଙ୍କୁ ଟେଲିଭିଜନ ଜଗତରେ ଏକତା ନିଜ ପପୁଲାର ଧାରାବାହିକ ‘କିସ ଦେଶ ମେଁ ହେ ମେରା ଦିଲ’ରେ ଲଞ୍ଚ କରାଇଥିଲେ । ଏହାପରେ ସେ ତାଙ୍କ ଲୋକପ୍ରିୟ ଧରାବାହିକ ‘ପବିତ୍ର ରିସ୍ତା’ରେ ରାତାରାତି ଫେମସ ଅଭିନେତା ସାଜିଥିଲେ। ଏହି ସିରିୟଲରେ ସୁଶାନ୍ତଙ୍କ ଅପୋଜିଟ୍ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନଜର ଆସିଥିଲେ।