ମୁମ୍ବାଇ: ଛୋଟ ପରଦାର ଫେମସ ଚେହରା ତଥା ‘ଜସି ଜେସି କୋଇ ନେହିଁ’ ଫେମ ମୋନା ସିଂଙ୍କ ବର୍ତ୍ତମାନ ଟିଭି ଜଗତରୁ ଦୂରରେ ଅଛନ୍ତି। ହେଲେ ସେ ସବୁବେଳେ ନିଜ ଲଭଲାଇଫ ଓ ବୟଫ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ଆସନ୍ତି । ଏଥର ମଧ୍ୟ ତାଙ୍କ ବିବାହ ଚର୍ଚ୍ଚା ଜୋର ଧରଛି। 38 ବର୍ଷୀୟ ମୋନା ଖୁବଶୀଘ୍ର ନିଜ ବୟଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି।
ଆଜ୍ଞା ହଁ, ଆଉ ଦୁଇ ଦିନ ତଥା 27 ତାରିଖରେ ମୁମ୍ବାଇରେ ବିବାହ କରିବେ ମୋନା। 26 ତାରିଖରେ ତାଙ୍କ ପ୍ରି-ୱେଡିଂ ପାର୍ଟିର ଆୟୋଜନ ହେବ। ସେ ସାଉଥର ଜଣେ ବ୍ୟାଙ୍କର ସ୍ୟାମଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ପାଖାପାଖି ଗୋଟିଏ ବର୍ଷରୁ ସ୍ୟାମଙ୍କୁ ଡେଟ କରିଆସୁଛନ୍ତି। ତାଙ୍କ ବିବାହ କଥା ଶୁଣି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ।
ତାଙ୍କ ବିବାହରେ କେବଳ ଖାସ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ହିଁ ସାମିଲ ହେବେ। ପ୍ରକାଶ ଥାଉକି ‘ଜସି ଜେସି କୋଇ ନେହିଂ’ ଧାରାବାହିକରୁ ରାତାରାତି ଫେମସ ହୋଇଥିଲେ ମୋନା । ଏହାପରେ ସେ ଟିଭି ବ୍ୟତୀତ ବଲିଉଡରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ ।