ETV Bharat / sitara

ପରିବାରବାଦ ଉପରେ ହିନାଙ୍କ ବଡ ଖୁଲାସା

author img

By

Published : Jul 8, 2020, 7:46 PM IST

ସୁଶାନ୍ତଙ୍କୁ ନିଜର ପ୍ରେରଣା ମାନୁଛନ୍ତି ଫେମସ ଅଭିନେତ୍ରୀ ହିନା ଖାନ । ଏଥର ସେ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ଅନେକ କଥା କହି ଚର୍ଚ୍ଚାରେ ଆସିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଉପରେ ପରିବାରବାଦ ଅଭିଯୋଗ ଲାଗିଛି । ଅନେକ ସେଲିବ୍ରିଟି ଏହା ବିରୋଧରେ କହିସାରିଲେଣି । ଇତିମଧ୍ୟରେ ଟିଭି ସିରିୟଲ ‘ୟେ ରିସ୍ତା କ୍ୟା କହଲାତା ହେ’ରୁ ଲୋକପ୍ରିୟ ସାଜିଥିବା ହିନା ଖାନ ଚର୍ଚ୍ଚାରେ । ନିକଟରେ ସେ ବଲିଉଡ ଉପରେ ଅନେକ କଥା କହି ଚର୍ଚ୍ଚାରେ ଆସିଥିଲେ । ଏବେ ସେ ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡ ବିଷୟରେ ପୁଣି କହିଛନ୍ତି ।

ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ଆମ ପାଖରେ ସମାନତାର ଅଭାବ ଅଛି । ପରିବାରବାଦ ସବୁ ସ୍ଥାନରେ ଉପସ୍ଥିତ । ଟିଭି ଷ୍ଟାର୍ସଙ୍କୁ ଫିଲ୍ମରେ ବଡ ଭୂମିକା ମିଳିବା ସହଜ କଥା ନୁହେଁ । ଯଦି ଆପଣ ଜଣେ ଷ୍ଟାର ଆଉ ନିଜ ପିଲାଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି, ଏହା ଏକଦମ ଠିକ୍ କଥା । ହେଲେ ଯଦି ଆପଣ ବାହାରୁ ଆସୁଥିବା କଳାକାରଙ୍କୁ ସମାନ ସୁଯୋଗ ଦେଉପାରୁନ ତେବେ ଏହା ଠିକ୍ କଥା ନୁହେଁ । ବହୁତ କମ କେସରେ ଟିଭିର କୌଣସି କଳାକାର ଫିଲ୍ମରେ ସଫଳ ହୋଇଥିବେ । ଏହା କେବଳ ଏଥି ନିମନ୍ତେ ଯେ ଆମକୁ ସୁଯୋଗ ମିଳୁନାହିଁ । କିଛି ନହେଲେ ନାହିଁ ନିଜକୁ ସାବ୍ୟସ୍ତ କରିବା ପାଇ ଆମକୁ ସୁଯୋଗ ମିଳିବା ଦରକାର ।’

ସୁଶାନ୍ତଙ୍କ ଅଭିନୟ ଯାତ୍ରା ତାଙ୍କୁ ବହୁତ ପ୍ରେରଣା ଯୋଗାଇଛି । ଅନେକ ଜିନିଷ ପାଇଁ ସେ ତାଙ୍କୁ ପ୍ରେରଣା ମାନୁଛନ୍ତି । ସେ ନିଜ ପରିଶ୍ରମ ବଳରେ ଭାରତୀୟ ସିନେମାରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ । ଆମ ଭଳି ଆଉଟସାଇଡରଙ୍କ ପାଖରେ କୌଣସି ଗଡଫାଦର ନାହାଁନ୍ତି । ଏମିତି ପରିସ୍ଥିତିରେ ଉଚିତ୍ ସନ୍ତୁଳନର ଆବଶ୍ୟକ ଅଛି ବୋଲି ହିନା କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.