ETV Bharat / sitara

ପାରାଗ୍ଲାଇଡିଂ ରାଇଡର ମଜା ନେଉଥିଲେ ସୁଶାନ୍ତ, ଭାଇରାଲ ଥ୍ରୋବ୍ୟାକ ଭିଡିଓ

author img

By

Published : Sep 2, 2020, 6:05 PM IST

ସୁଶାନ୍ତଙ୍କୁ ମନେ ପକାଇ ପୁରୁଣା ଭିଡିଓ ସେୟାର କଲେ ବନ୍ଧୁ ନତାଶା । ତାଙ୍କ ପୋଷ୍ଟକୁ ପୁଣି ପୋଷ୍ଟ କରି ଚର୍ଚ୍ଚାରେ ଅଙ୍କିତା...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ପପୁଲାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ପୁରୁଣା ସ୍ମୃତି ସେୟାର କରୁଥିବାର ଦେଖାଯାଉଛନ୍ତି । ଏହାସହ ସେ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ସପୋର୍ଟ ମଧ୍ୟ କରୁଛନ୍ତି । ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ପୁଣି ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ସୁଶାନ୍ତ ପାରାଗ୍ଲାଇଡିଂ ରାଇଡ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ପ୍ରଥମେ ସୁଶାନ୍ତ ଓ ଅଙ୍କିତାଙ୍କ ବନ୍ଧୁ ନତାଶା ଶର୍ମା ରେଡ୍ଡିଜି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସେହିପରି ନତାଶା ପୋଷ୍ଟରେ ସୁଶାନ୍ତଙ୍କ ପାଇଁ ଭାବବିହ୍ବଳ ହୋଇ ଲେଖିଛନ୍ତି, ‘କାସ୍ ତୁମେ ଉଡିନଥାଆନ୍ତା । ଏଠାରେ ତୁମେ ସମସ୍ତଙ୍କ ସହ ସମ୍ପର୍କ ରହିଥାଆନ୍ତା ଯିଏ ତୁମକୁ ସବୁବେଳେ ସବୁ ଜିନିଷରେ ବାନ୍ଧି ରଖୁଥିଲେ । ଏମିତି ତୁମକୁ କେବେ ଆମେ ମନେ ପକାଇନଥାଆନ୍ତୁ ବନ୍ଧୁ । କାରଣ ତୁମେ ବ୍ୟସ୍ତ ଥିଲ ନିଜ ଖୁସିଭରା ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ । ଆମେ ମଧ୍ୟ ତୁମଙ୍କୁ ଉଚ୍ଚରେ ଦେଖି ବହୁତ ଖୁସି ଅନୁଭବ କରୁଥିଲୁ । ଏମିତି ତୁମକୁ ହରାଇଦେବାର ଯଦି ଜଣାଥାଆନ୍ତା ତାହାଲେ ତୁମକୁ କେବେ ଉଡିବାକୁ ଛାଡିନଥାଆନ୍ତୁ । ଭୂମିରେ ଥାଆନ୍ତ ସବୁ ବନ୍ଧୁଙ୍କ ସାଥିରେ । ଏକାଠି ହସୁଥିଲୁ ଆଉ ଗାଉଥିଲୁ ମଧ୍ୟ । କହାଣୀ ପରସ୍ପରକୁ ଶୁଣାଉଥିଲୁ ମଧ୍ୟ । ଆଉ କେବେ ମୋ ବନ୍ଧୁ ହସିବ ନାହିଁ, କାନ୍ଦିବ ନାହିଁ, ନା ଆଉ କେବେ ବଞ୍ଚିବ । ସେ କେବଳ ଚିର ନିଦ୍ରାରେ ଶୋଇପଡିଛନ୍ତି । ତାଙ୍କ ନିଦକୁ ଶାନ୍ତି ଦିଅ ଭଗବାନ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ଏହି ସ୍ମୃତି ପାଇଁ ନତାଶାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଙ୍କିତା । ଆଉ କ୍ୟାପସନରେ ଲେଖିଛନ୍ତି, ‘ଆମ ସବୁବେଳେ ତୁମକୁ ମିସ୍ କରିବୁ ସୁଶାନ୍ତ ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.