ETV Bharat / sitara

ଟ୍ରୋଲର୍ସଙ୍କୁ କଡା ଜବାବ ଦେଲେ ସୁଶାନ୍ତଙ୍କ ଏକ୍ସ

ଚର୍ଚ୍ଚାରେ ଅଙ୍କିତା । ସୋସିଆଲ ମିଡିଆରେ କିଛି ଦିନରୁ ହେଉଛନ୍ତି ଟ୍ରୋଲ । ଯାହାକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Mar 2, 2021, 10:57 AM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନରୁ ଟ୍ରୋଲର୍ସଙ୍କ ଶିକାର ହୋଇଆସୁଛନ୍ତି । ସୁଶାନ୍ତଙ୍କ ନାଁ ନେଇ ତାଙ୍କୁ ପ୍ରାୟତଃ ଟ୍ରୋଲ କରାଯାଉଛି। ଖାଲି ଏତିକି ନୁହେଁ ସେ ଯେତେବେଳେ କିଛି ଡାନ୍ସ ଭିଡିଓ ସେୟାର କରୁଛନ୍ତି ତେବେ ତାଙ୍କୁ ଟ୍ରୋଲର୍ସଙ୍କ ପାଖରୁ ଅନେକ ଅଶ୍ଲୀଳ କଥା ଶୁଣିବାକୁ ମଧ୍ୟ ପଡୁଛି । ଇତିମଧ୍ୟରେ ସେ ଏମିତି ଜବାବ ଦେଇଛନ୍ତି , ଯାହା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି ।

ସେହିପରି ସେ କହିଛନ୍ତି, ‘ଯଦି ଆପଣମାନଙ୍କୁ ମୋ ପାଖରେ ସମସ୍ୟା ଅଛି ତେବେ ମତେ ଫଲୋ କରନି । ଏପରି ମତେ ଏବଂ ମୋ ମା-ବାପାଙ୍କୁ ଗାଳି ଦେବାର ଆପଣଙ୍କର କୌଣସି ଅଧିକାର ନାହିଁ । ଆପଣ ମତେ ଗାଳିଗୁଲଜ କରୁଛ ମୋ ସହିଯାଉଛି । ହେଲେ ମୋ ମା-ବାପାଙ୍କୁ କହିଲେ ମତେ ବହୁତ କଷ୍ଟ ଲାଗୁଛି । ସେମିତି ବି ମୁଁ ଜଣେ ଡାନ୍ସର ହେବା ସହ ଅଭିନେତ୍ରୀ, ଏଥିପାଇଁ ମୁଁ ଡାନ୍ସ ଭିଡିଓ ସେୟାର କରୁଛି । ତେବେ ଅସୁବିଧା କେଉଁଠି ଅଛି । ମୁଁ ଜଣେ ମିଡିଲ କ୍ଲାସ ଫ୍ୟାମିଲିର ଝିଅ ଏହି ନେମ, ଫେମ ଆପଣଙ୍କ ଦ୍ବାରା ମିଳିଛି । ହେଲେ ଆପଣମାନେ ସବୁବେଳେ ମତେ ଗାଳିଗୁଲଜ କରୁଛନ୍ତି । ଯାହା ଠିକ୍ କଥା ନୁହେଁ । ସୁଶାନ୍ତ ଓ ମୋ ସମ୍ପର୍କ ବିଷୟରେ ମଧ୍ୟ କହିବାର ଆପଣଙ୍କୁ ଅଧିକାର ନାହିଁ । ସୁଶାନ୍ତଙ୍କ ଇଚ୍ଛା ଯାହା ହେଲେ ସେ କଲେ । ଆଉ ଦୁନିଆ ଛାଡି ଚାଲିଗଲେ । ଏଥି ପାଇଁ ମୁଁ ଦାୟୀ ନୁହେଁ ।’

ପ୍ରକାଶ ଥାଉକି ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଡାନ୍ସ ଭିଡିଓ ସେୟାର କରିଥିଲେ । ଯାହାକୁ ଆଧାର କରି ତାଙ୍କୁ ଅନେକ ୟୁଜର୍ସ ଟ୍ରୋଲ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.