ETV Bharat / sitara

ସୁସ୍ଥ ହେଲେ ଅଙ୍କିତାଙ୍କ ପିତା, ପ୍ରତିକ୍ରିୟା ଦେଲେ ସୁଶାନ୍ତଙ୍କ ଭଉଣୀ

ସୁବବେଳେ ସୋସିଆଲ ମିଡିଆରେ ପରସ୍ପରକୁ ସମର୍ଥନ କରନ୍ତି ଅଙ୍କିତା ଓ ଶ୍ବେତା । ଏବେ ଅଙ୍କିତା ପିତାଙ୍କ ସୁସ୍ଥ ଖବର ଉପରେ ଖୁସି ପ୍ରକାଶ କରିଛନ୍ତି ଶ୍ବେତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Oct 8, 2020, 7:30 PM IST

ମୁମ୍ବାଇ: ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ପିତା ନିକଟରେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ନେଇ ଖୁସି ପରିବାର । ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇ ଅଙ୍କିତା ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ମଧ୍ୟ କରିଛନ୍ତି । ଯାହା ଉପରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ପ୍ରତିକ୍ରିୟା ଦେଇଥିବାର ନଜର ଆସୁଛନ୍ତି ।

ଅଙ୍କିତା ଏକ ପୋଷ୍ଟରେ ଲେଖିଛନ୍ତି, ‘ବାପା ତୁମେ ହସ୍ପିଟାଲରୁ ଫେରିଆସିଛ । ତୁମେ ସୁସ୍ଥ ରହିଲେ ମତେ ଖୁସି ଅନୁଭବ ହୁଏ। ମୁଁ ଆପଣଙ୍କୁ କଥା ଦେଉଛି କି ତୁମର ପୁରା ଧ୍ୟାନ ରଖିବି । ଯେମିତି ତୁମେ ମୋର ଏବଂ ପରିବାର ଧ୍ୟାନ ରଖିଥିଲ । ଫ୍ୟାନ୍ସଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ।’

ସେପଟେ ପୋଷ୍ଟରେ କମେଣ୍ଟ କରି ଶ୍ବେତା ହାର୍ଟ ଇମୋଜି ସହ ନମସ୍କାର ଇମୋଜି ଦେଇଛନ୍ତି । ଦେଖନ୍ତୁ ଅଙ୍କିତାଙ୍କ ଏହି ପୋଷ୍ଟ...

ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଅଙ୍କିତା ତାଙ୍କ ପୁରା ପରିବାରକୁ ସମର୍ଥନ କରିଆସୁଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି ମଧ୍ୟ ଅନେକ ଥର କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.