ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଶୁକ୍ରବାର ଦୁଇମାସ ପୂରଣ ହୋଇଛି । ଏଯାବତ ତାଙ୍କ ଆତ୍ମହତ୍ୟାରେ ସିବିଆଇ ଓ ଇଡି ତରଫରୁ ଯାଞ୍ଚ ଜାରି ଅଛି । ଆଉ ଶନିବାର ତାଙ୍କ ପାଇଁ ଗ୍ଲୋବଲ ପ୍ରେୟର ମିଟ ରଖାଯାଇଛି । ଏଥିରେ ସାମିଲ ହେବାକୁ ସୁଶାନ୍ତଙ୍କ ଭଉଣୀ ଶୁକ୍ରବାର ସୋସିଆଲ ମିଡିଆରେ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ଇତିମଧ୍ୟରେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଲଗାତାର ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଥିଲେ ଅଙ୍କିତା । ହେଲେ ଏଥର ତାଙ୍କର ବୟଫ୍ରେଣ୍ଡ ବିକ୍କୀ ଜୈନ ଜନତାଙ୍କୁ ଅପିଲ କରିଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ପ୍ଲିଜ ହାଥ ଯୋଡି ନିଜ ଫଟୋ ସେୟାର କରି ସୁଶାନ୍ତଙ୍କ ଗ୍ଲୋବାଲ ପ୍ରେୟର ମିଟରେ ସାମିଲ ହୁଅନ୍ତୁ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସୁଶାନ୍ତଙ୍କ ମାମଲାରେ ବାରମ୍ବାର ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସୁଛି । ନିକଟରେ ତାଙ୍କ ଉପରେ ସୁଶାନ୍ତଙ୍କ ପିତା କେକେ ସିଂ ମନି ଲଣ୍ଡରିଂ ଅଭିଯୋଗ ଲଗାଇ ବିହାରରେ ଏଫଆଇଆର ରୁଜୁ କରିଥିଲେ । ଯାହାପରଠୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଆଙ୍କ ସମତେ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବାରେ ଲାଗିଛି ।